ଯୁବକଙ୍କୁ ପିଟିପିଟି ସଂଘବଦ୍ଧ ହତ୍ୟା ଉଦ୍ୟମ, ଥାନା ଘେରାଉ କଲେ ମହିଳା

ବାଲିଅନ୍ତା : ପୁଣି ବାଲିଅନ୍ତାରେ ବର୍ବରତା। ସୌମ୍ୟଙ୍କ ଭିଡ ହତ୍ୟା ଘଟଣା ତଦନ୍ତ ଏଯାଏଁ ଚାଲୁ ରହିଥିବା ବେଳେ ପୁଣି ଥରେ ଆଉ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଏହାକୁ ବିରୋଧ କରି ଗ୍ରାମବାସୀ ଥାନାକୁ ଘେରାଉ କରିଛନ୍ତି। ଷଡଙ୍ଗୀ ଗ୍ରାମର ଯୁବକଙ୍କୁ ପିଟିପିଟି ସଂଘବଦ୍ଧ ହତ୍ୟା ଉଦ୍ୟମରୁ ତାତିଲେ ଲୋକେ। ଯୁବକଙ୍କ ଅବସ୍ଥା ଗୁରୁତର ଥିବା ସହ କୋମାରେ ରହି ଘରୋଇ ହସ୍ପିଟାଲରେ ତାଙ୍କ ଚିକିତ୍ସା କରାଯାଉଛି। ପୁଲିସର ଭୂମିକାରେ ଅସନ୍ତୁଷ୍ଟ ଷଡଙ୍ଗୀ ଗ୍ରାମବାସୀ ଥାନା ଘେରାଉ କରିଛନ୍ତି। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *