ଗ୍ଲାସ୍ଗୋ:ଭାରତୀୟ ମହିଳା ବକ୍ସର ପ୍ରୀତି ପାୱାର ସ୍କଟଲାଣ୍ଡର ଗ୍ଲାସ୍ଗୋ ସହରରେ ଆୟୋଜିତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୬ରେ କମାଲ କରିଛନ୍ତି। ଏଠାରୁ ସେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଆଣିଛନ୍ତି। ସେ ଫାଇନାଲ ମୁକାବିଲାରେ କାନାଡାର ଡେଲଗାଡୋ ସାଭାନାଙ୍କୁ ସହଜରେ । ମହିଳା ବକ୍ସିଂର ୫୪କିଲୋ ବର୍ଗରେ ପ୍ରୀତି ପାୱାର ତାଙ୍କ ସମସ୍ତ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଦୃଢ଼ ଭାବରେ ପରାସ୍ତ କରି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ସେ ପ୍ରଥମ ରାଉଣ୍ଡରେ ମାଲାୱିର ଆଥଲେଟଙ୍କୁ ନକ୍ ଆଉଟ୍ କରିଥିଲେ। ତା’ପରେ ସେ ଉତ୍ତର ଆୟରଲ୍ୟାଣ୍ଡ ଏବଂ ଜାମ୍ବିଆର ଆଥଲେଟମାନଙ୍କୁ ପରାସ୍ତ କରି ଫାଇନାଲକୁ ଉଠିଥିଲେ। ପ୍ରୀତି ପ୍ରଥମ ରାଉଣ୍ଡରୁ ହିଁ କାନାଡିଆନ ବକ୍ସରଙ୍କୁ ଏକ ପଞ୍ଚ ମାରିବାର ସୁଯୋଗ ଦେଇ ନଥିଲେ। ସେ ବିଶ୍ୱର ୩ ନମ୍ବର ସ୍ଥାନରେ ଅଛନ୍ତି ଏବଂ ଜଣେ ବିଶ୍ୱ ଚାମ୍ପିଅନ ପରି ପ୍ରଦର୍ଶନ କରିଥିଲେ। ସେ ଗତ ବର୍ଷ ବିଶ୍ୱ ବକ୍ସିଂ କପରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଚଳିତ ଥର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମୋଟ ୧୪ ଜଣ ଭାରତୀୟ ବକ୍ସର ଅଂଶଗ୍ରହଣ କରିଛନ୍ତି, ଯେଉଁଥିରୁ ୧୦ ଜଣ ଫାଇନାଲରେ ପ୍ରବେଶ କରିଥିଲେ।
ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୬ : ଭାରତକୁ ମିଳିଲା ୬ଷ୍ଠ ସ୍ବର୍ଣ୍ଣ ପଦକ
