ବାଣପୁର : ବାଣପୁର ସ୍ଥିତ ଗୋଦାବରୀଶ ମହାବିଦ୍ୟାଳୟରେ ୬୩ତମ ପ୍ରତିଷ୍ଠା ଦିବସ ଓ଼ ସ୍ବର୍ଗତ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ୭୦ତମ ଶ୍ରାଦ୍ଧ ଦିବସ ଉଦଘାଟନ ସଭା ମହାସମାରୋହରେ ପାଳିତ ହୋଇଯାଇଛି। ସକାଳେ ତିଳତର୍ପଣରେ ଅଧ୍ୟକ୍ଷ ଡ଼ଃ ଶୁରପ୍ରତାପ ନରେନ୍ଦ୍ର ସିଂ ବର୍ମା, ବରିଷ୍ଠ ନାଗରିକ ସଂଘର ସଭାପତି ଡ଼ଃ ଚିନ୍ତାମଣି ମିଶ୍ର, ପୁରାତନ କ୍ରୀଡା ଶିକ୍ଷକ ବୈରାଗୀ ବଳ ଓ଼ ଶିକ୍ଷକ, ଅଣଶିକ୍ଷକ ମାନେ ଯୋଗ ଦେଇଥିଲେ। ଅନୁଷ୍ଠିତ ସଭାରେ ଅଧ୍ୟକ୍ଷ ଡ଼ଃ ବର୍ମା ସଭାପତିତ୍ୱ କରିଥିଲେ, ଡ଼ଃ ନୃସିଂହ ଚରଣ ପ୍ରଧାନ ମୁଖ୍ୟ ଅତିଥି, ଡ଼ଃ ଚନ୍ଦ୍ରଶେଖର ଦାସ ମୁଖ୍ୟ ବକ୍ତା ଆସନ ଅଳଙ୍କୃତ କରିଥିଲେ। ଡ଼ଃ ଅରବିନ୍ଦ ନାୟକ ବେଦପାଠ କରି ପ୍ରଦୀପ ପ୍ରଜ୍ବଳନ କାର୍ଯ୍ୟ ସଂଚାଳନ କରିଥିଲେ। ପ୍ରଶାସନିକ ଅଧିକାରୀ ତଥା ପ୍ରତିଷ୍ଠା କମିଟିର ସଂଯୋଜକ ଆଦିତ୍ୟ ସାରଥୀ ବେଦମତ୍ତା ଅତିଥି ପରିଚୟ ପ୍ରଦାନ କରିଥିଲେ। ଅଧ୍ୟକ୍ଷ ଡ଼ଃ ବର୍ମା ବିବରଣୀ ପାଠ କରିବା ସହିତ ସଭାପତି ରୂପେ ବକ୍ତବ୍ୟ ରଖିଥିଲେ। ସହ ସଂଯୋଜିକା ଡ଼ଃ ସୁଜାତା ମିଶ୍ର ଅତିଥି ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ଶେଷରେ ଅଧ୍ୟାପିକା ମିକିମନସ୍ବିନୀଙ୍କ ସଂଯୋଜନାରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ୭୦ତମ ଶ୍ରାଦ୍ଧ ଦିବସ ପାଳିତ
