ଜେଲ୍ ଭିତରେ ବାଜିଲା ସାହାନାଇ

ଜୟପୁର:ଜେଲ ଭିତରେ ବାଜିଲା ସାହାନାଇ କାରାଗାର ପାଲଟିଲାବିବାହ ମଣ୍ଡପ । ଆଇନଗତ ଅନୁମତି ଓ ଜେଲ୍ ପ୍ରଶାସନଙ୍କ ଉପସ୍ଥିତିରେ ବିବାହ ବନ୍ଧନରେ ଆବଦ୍ଧ ହେଲେ ଦୁଇ କଏଦୀ। ଜେଲର ସନ୍ତୋଷ ପଟ୍ଟନାୟକ ଓ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ତତ୍ତ୍ୱାବଧାନରେ ପରିବାର ସଦସ୍ୟ ଓ କିଛି ନିକଟ ସମ୍ପର୍କୀୟଙ୍କ ଉପସ୍ଥିତିରେ ବିବାହର ସମସ୍ତ ରୀତିନୀତି ପାଳନ କରାଯାଇଥିଲା। ବର ଓ କନ୍ୟା ପରସ୍ପରକୁ ବରମାଳା ପିନ୍ଧାଇବା ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଏହି ବିବାହକୁ ନେଇ କାରାଗାରରେ ଏକ ଭିନ୍ନ ପରିବେଶ ସୃଷ୍ଟି ହୋଇଥିଲା। ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Leave a Reply

Your email address will not be published. Required fields are marked *