୨୦୨୬ ଫିଫା ବିଶ୍ବକପ୍‌ର ଫାଇନାଲ : ଆର୍ଜେଣ୍ଟିନାକୁ ପରାସ୍ତକରି ସ୍ପେନ୍‌‌ ବିଶ୍ବ ଚମ୍ପିଆନ୍‌

ନ୍ୟୁୟର୍କ: ରବିବାର ୨୦୨୬ ଫିଫା ବିଶ୍ବକପ୍‌ର ଫାଇନାଲ ଆର୍ଜେଣ୍ଟିନାକୁ ପରାସ୍ତକରି ସ୍ପେନ୍‌‌ ୨ୟ ଥର ବିଶ୍ବ ଚମ୍ପିଆନ୍‌ ହୋଇଛି। ଏହି ବିଜୟ ସହ ସ୍ପେନ୍‌ ଏକ ବଡ଼ ବିଶ୍ବ କୀର୍ତ୍ତିମାନ ପ୍ରତିଷ୍ଠା କରିଛି। ୟୁରୋପୀୟ ଚମ୍ପିଆନ୍‌ ସ୍ପେନ୍‌ ରେକର୍ଡ କ୍ରମାଗତ ୩୮ଟି ଅନ୍ତର୍ଜାତୀୟ ମ୍ୟାଚ୍‌‌ରେ ଅପରାଜିତ ରହିଛି। ପୂର୍ବରୁ ଏହି ବିଶ୍ବ କୀର୍ତ୍ତିମାନ ଇଟାଲୀ ନାମରେ ରହିଥିଲା। ଇଟାଲୀ କ୍ରମାଗତ ୩୭ଟି ମ୍ୟାଚ୍‌‌ରେ ଅପରାଜିତ ଥିଲା। ସ୍ପେନ୍‌‌ର ବିଜୟ ଅଭିଯାନ ୨୦୨୪ରୁ ଆରମ୍ଭ ହୋଇ ୨୦୨୬ ବିଶ୍ବକପ୍‌‌ ଫାଇନାଲ ପର୍ଯ୍ୟନ୍ତ ଚାଲିଥିଲା। ଲା ରୋଜା ଭା​‌େ​‌ବ ପରିଚିତ ସ୍ପେନ୍‌ ଦଳର ଏହି ଅପରାଜିତ ରହିବା ଧାରା ଏବେ ମଧ୍ୟ ବଳବତ୍ତର ରହିଛି। ଗତ ୩ଟି ବିଶ୍ବକପ୍‌‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିପାରି ନ ଥିବା ପୂର୍ବତନ ଚମ୍ପିଆନ୍‌ ଇଟାଲୀ ୨୦୧୮ରୁ ୨୦୨୧ ମଧ୍ୟରେ ଅପରାଜିତ ରହିଥିଲା। ୨୦୧୯ରୁ ୨୦୨୨ ମଧ୍ୟରେ ଆର୍ଜେଣ୍ଟିନା ୩୬ଟି, ୧୯୯୩ରୁ ୧୯୯୬ ମଧ୍ୟରେ ବ୍ରାଜିଲ ୩୫ଟି ଓ ୨୦୦୭ରୁ ୨୦୦୯ ମଧ୍ୟରେ ସ୍ପେନ୍‌‌ ମଧ୍ୟ ୩୫ଟି ଅନ୍ତର୍ଜାତୀୟ ମ୍ୟାଚ୍‌‌ରେ ଅପରାଜିତ ରହିଥିଲା। ସ୍ପେନ୍‌‌ର ୟୁରୋ କପ୍‌‌ ଓ ବିଶ୍ବକପ୍‌‌ ବିଜୟୀ ପ୍ରଶିକ୍ଷକ ଲୁଇ ଡି ଲା ଫୁଏଣ୍ଟେ ମଧ୍ୟ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ଫୁଏଣ୍ଟେଙ୍କ ସମୟରେ ସ୍ପେନ୍‌ ୟୁରୋ କପ୍‌‌ ଓ ବିଶ୍ବକପ୍‌‌ରେ ଅପରାଜିତ ରହି ଚମ୍ପିଆନ୍‌ ହୋଇଛି। ଏହି ସମୟରେ ସ୍ପେନ୍‌ ବିଶ୍ବର ଦୁଇଟି ବଡ଼ ଟୁର୍ଣ୍ଣାମେଣ୍ଟର ୧୫ଟି ମ୍ୟାଚ୍‌‌ ଖେଳି ଅପରାଜିତ ରହିଛି; ଯାହା ଏକ ବିରଳ ବିଶ୍ବ କୀର୍ତ୍ତିମାନ। ସୂଚନାଯୋଗ୍ୟ; ଆର୍ଜେଣ୍ଟିନାର ମୁଖ୍ୟ ପ୍ରଶିକ୍ଷକ ଲିଓନେଲ ସ୍କୋଲାନିଙ୍କ ଅଧୀନରେ ଲୁଇ ଡି ଲା ଫୁଏଣ୍ଟେ ପ୍ରଶିକ୍ଷକ ହେବାର ତାଲିମ ନେଇଥିଲେ। ଫଳରେ ରବିବାର ଫାଇନାଲରେ ଗୁରୁ ଫୁଏଣ୍ଟେଙ୍କ ଦଳ ସ୍ପେନ୍‌ ବିଜୟୀ ହୋଇଥିବା ବେଳେ ଶିଷ୍ୟ ସ୍କୋଲାନିଙ୍କ ଦଳ ପରାସ୍ତ ହୋଇଥିଲା।

Leave a Reply

Your email address will not be published. Required fields are marked *