ଅନୁଗୋଳ: ଅନୁଗୋଳ ବନାଞ୍ଚଳ ରଗୁଡ଼ିଆପଡା ଗାଁ ନିକଟ ଜଙ୍ଗଲରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ସ୍ଥାନୀୟ ଲୋକଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ବଡକେରା ପଞ୍ଚାୟତ ଭାଲିଆପାଳ ଗ୍ରାମର ପ୍ରଶାନ୍ତ ନାଏକଙ୍କ ସାଜନ୍ ନାଏକ (୨୦) ରଗୁଡିଆପଡ଼ା ଗାଁ ନିକଟ ଜଙ୍ଗଲକୁ ଯାଇଥିଲେ। ସକାଳୁ ଜଙ୍ଗଲକୁ ଯାଇଥିବା ବେଳେ ଘରକୁ ଫେରିବା ବିଳମ୍ବ ହୋଇଥିଲା। ପରିବାର ଲୋକ ଖୋଜାଖୋଜି କରିବା ପରେ ଗ୍ରାମ ନିକଟ ଜଙ୍ଗଲରେ ତାଙ୍କର ମୃତ ଦେହ ପଡ଼ିଥିବା ଦେଖିଥିଲେ। ହାତୀ ମାରି ଦେଇଥିବା ଜଣାପଡ଼ିଛି।
ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ
