ପୁରୀ : ସରିଲା ରଥଟଣା। ଶରଧାବାଲିରେ ଲାଗିଲା ୩ରଥ। ଶରଧାବାଲିରେ ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ରଥ ଲାଗିଲା। ଆସନ୍ତାକାଲି ହେବ ଶ୍ରୀଜୀଉମାନଙ୍କ ଆଡପମଣ୍ଡପ ବିଜେ। ଲୀଳାମୟ ଜଗତରନାଥ, ଭାବବତ୍ସଳ ଭାବଗ୍ରାହୀ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବାକୁ ରତ୍ନବେଦୀ ଛାଡି ବଡଦାଣ୍ଡକୁ ଓହ୍ଲାଇଛନ୍ତି। ତାଙ୍କ ଚକାନୟନକୁ ଦେଖି ଭକ୍ତ କୃତ କୃତ ହେଉଛନ୍ତି। ରଥଟଣା ସଫଳତାର ସହ ସମ୍ପନ୍ନ ହୋଇଚି। ତିନି ରଥ ଶରଧାବାଲିରେ ପହଞ୍ଚିଥିବା ସହ ଶ୍ରୀକ୍ଷେତ୍ର ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଉଛି। ଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ପ୍ରଥମେ ବଡ ଠାକୁରଙ୍କ ତାଳଧ୍ୱଜ ରଥ, ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶେଷରେ ମହାପ୍ରଭୁଙ୍କୁ ଜଗନ୍ନାଥଙ୍କ ନନ୍ଦିଘୋଷ ଲାଗିଥିଲା। ଏହି ଦିବ୍ୟ ଦୃଶ୍ୟକୁ ଲକ୍ଷ ଲକ୍ଷ ଭକ୍ତ ଦେଖି ଆନନ୍ଦରେ ବିଭୋର ହୋଇଛନ୍ତି।
ସରିଲା ରଥଟଣା।, ଶରଧାବାଲିରେ ଲାଗିଲା ୩ରଥ
