ପୁରୀ : ରଥଯାତ୍ରା ପାଇଁ ପୁରୀରେ ହାଇଟେକ ହସ୍ପିଟାଲ ଉଦଘାଟିତ। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଜରୁରୀକାଳୀନ ତଥା ଅସ୍ଥାୟୀ ହସ୍ପିଟାଲ ଖୋଲାଯାଇଛି। ଶ୍ରୀମନ୍ଦିର ଉତ୍ତର ଦ୍ୱାର ନିକଟରେ ସର୍ବସାଧାରଣଙ୍କ ପାଇଁ ସ୍ବତନ୍ତ୍ର ଭାବେ ଜରୁରୀକାଳୀନ ତଥା ଅସ୍ଥାୟୀ ହସ୍ପିଟାଲ ଭକ୍ତଙ୍କ ପାଇଁ ଏହା ଖୋଲାଯାଇଛି।
୨୫ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲରେ ଏଚଡିୟୁର ବ୍ୟବସ୍ଥା ରହିଛି। ହସ୍ପିଟାଲରେ ଅଭିଜ୍ଞ ଓ ବରିଷ୍ଠ ଡ଼ାକ୍ତର ୨୪ ଘଣ୍ଟିଆ ସ୍ବାସ୍ଥ୍ୟ ସେବା ଯୋଗାଇବ। ଗୁରୁତର ରୋଗୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ବର ସ୍ଥିତ ହାଇଟେକ୍ ହସ୍ପିଟାଲ ସ୍ଥାନାନ୍ତର କରାଯିବ ଓ ସେଠାରେ ଚିକିତ୍ସା ପାଇଁ ରିହାତିର ବ୍ୟବସ୍ଥା ରହିଛି। ଉନ୍ନତ ମାନର ଉଚ୍ଚକ୍ଷମତା ସମ୍ପନ୍ନ ଆମ୍ବୁଲାନ୍ସ ମହଜୁଦ ରହିଛି। ଏଥିସହ ଆଖି ଓ ଦାନ୍ତ ଚିକିତ୍ସା ପାଇଁ ମୋବାଇଲ ଭ୍ୟାନ କାର୍ଯ୍ୟକାରୀ ହେଉଛି। ହସ୍ପିଟାଲରେ ଅଭିଜ୍ଞ ଓ ବରିଷ୍ଠ ଡ଼ାକ୍ତର ୨୪ ଘଣ୍ଟିଆ ସ୍ବାସ୍ଥ୍ୟ ସେବା ଯୋଗାଇବ। ଗତବର୍ଷ ବିଶ୍ବପ୍ରସିଦ୍ଧ ରଥଯାତ୍ରାରେ ମୋଟ ୧୨,୩୩୫ ରୋଗୀଙ୍କ ଚିକିତ୍ସା କରାଯାଇଛି। ଉତ୍ତର ଦ୍ବାରରେ ସନ୍ଧ୍ୟାରେ ଅନୁଷ୍ଠିତ ଜରୁରୀକାଳୀନ ହସ୍ପିଟାଲ ଉଦ୍ଘାଟନ ଉତ୍ସବରେ ପୁରୀ ସାଂସଦ ଡଃ ସମ୍ବିତ ପାତ୍ର , କେନ୍ଦ୍ରାଞ୍ଚଳ ଆଇଜି ଡଃ ସତ୍ୟଜିତ ନାୟକ , ହାଇଟେକ୍ ମେଡିକାଲ୍ କଲେଜ ଏବଂ ହସ୍ପିଟାଲ ପ୍ରତିଷ୍ଠାତା ଅଧ୍ୟକ୍ଷ ଡ଼କ୍ଟର ତିରୁପତି ପାଣିଗ୍ରାହୀ ,ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର ,ରାଧାବଲ୍ଲଭ ମଠ ମହନ୍ତ ରାମକୃଷ୍ଣ ଦାସ ମହାରାଜ, ଉତ୍ତର ପାର୍ଶ୍ୱ ମଠ ମଠାଧୀଶ ନାରାୟଣ ରାମାନୁଜ ଦାଶ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ବରିଷ୍ଠ ସେବାୟତ ,ପ୍ରମୁଖ ଉପସ୍ଥିତ ଥିଲେ। ସ୍ବାସ୍ଥ୍ୟ ସେବାକୁ ଏକ ସଂକଳ୍ପ ଭାବି ଆମେ ମହାପ୍ରଭୁଙ୍କ ଆଶୀର୍ବାଦରେ ଆଗକୁ ଏହି କାର୍ଯ୍ୟ ଜାରୀ ରଖିବୁ ବୋଲି ହାଇଟେକ୍ ହସ୍ପିଟାଲ ପରିଚାଳନା ନିର୍ଦ୍ଦେଶକ ତିରୁପତି ପାଣିଗ୍ରାହୀ କହିଛନ୍ତି।
ରଥଯାତ୍ରାରେ ମିଳିବ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟ ସେବା
