ମଧ୍ୟରାତ୍ରିରେ ଭାରତ ସମେତ ତିବ୍ଦତ ଓ ଆଫଗାନିସ୍ତାନରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ:ମଧ୍ୟରାତ୍ରିରେ ହଠାତ୍ ଭୂକମ୍ପର ଝଟକା। ଭାରତର ବିଭିନ୍ନ ଅଞ୍ଚଳ ସମେତ ପଡ଼ୋଶୀ ଦେଶରେ ମଧ୍ୟ ଏକାଧିକ ଭୂକମ୍ପ ରେକର୍ଡ ହୋଇଛି। ଶୁକ୍ରବାର ରାତିରୁ ଭୋର ପର୍ଯ୍ୟନ୍ତ ଲଦାଖ, ଆସାମ ଓ ପଶ୍ଚିମବଙ୍ଗ ସମେତ ତିବ୍ଦତ ଓ ଆଫଗାନିସ୍ତାନରେ ଭୂକମ୍ପ ହୋଇଥିବା ଜଣାପଡ଼ିଛି। ଲଗାତାର ଭୂକମ୍ପ ଯୋଗୁଁ ଲୋକଙ୍କ ମଧ୍ୟରେ ଭୟ ଓ ଆଶଙ୍କା ସୃଷ୍ଟି ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ବଡ଼ କ୍ଷୟକ୍ଷତି କିମ୍ବା ଜୀବନହାନିର ଖବର ମିଳିନାହିଁ।

ସୂଚନା ଅନୁଯାୟୀ, ରାତି ପ୍ରାୟ ୧୨ଟା ୨୭ ମିନିଟ୍‌ରେ ଲେହ-ଲଦାଖରେ ୩.୭ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପର କେନ୍ଦ୍ର ଭୂପୃଷ୍ଠଠାରୁ ପ୍ରାୟ ୧୨ କିଲୋମିଟର ଗଭୀରରେ ଥିବା ଜଣାପଡ଼ିଛି। ହଠାତ୍ ଭୂଇଁ ଥରିବାରୁ ଅନେକ ଲୋକଙ୍କ ନିଦ ଭାଙ୍ଗିଯାଇଥିଲା। ଭୟଭୀତ ହୋଇ କେତେକ ଲୋକ ଘରୁ ବାହାରକୁ ଚାଲିଆସିଥିଲେ।ଏହାର କିଛି ସମୟ ପରେ ଭୋର ପ୍ରାୟ ୧ଟା ୨୦ ମିନିଟ୍‌ରେ ଆସାମରେ ୩.୧ ତୀବ୍ରତାର ଭୂକମ୍ପ ରେକର୍ଡ ହୋଇଥିଲା। ଏହାର ଗଭୀରତା ପ୍ରାୟ ୩୯ କିଲୋମିଟର ଥିଲା। ସେହିପରି ପଶ୍ଚିମବଙ୍ଗର ଆଲିପୁରଦ୍ୱାରରେ ମଧ୍ୟ ୩.୦ ତୀବ୍ରତାର କମ୍ପନ ଅନୁଭୂତ ହୋଇଥିଲା।

Leave a Reply

Your email address will not be published. Required fields are marked *