ବୈଧ PUCC ଓ ବୀମା ନଥାଇ ଗାଡ଼ି ଚଳାଇଲେ କଟିବ ଇ-ଚାଲାଣ

ଭୁବନେଶ୍ୱର: ସର୍ବସାଧାରଣ ରାସ୍ତାରେ ଗାଡ଼ି ଚଳାଉଥିବା ଗାଡ଼ିମାଲିକ ଓ ଚାଳକଙ୍କ ପାଇଁ ବୈଧ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (PUCC) ଏବଂ ଯାନବୀମା ଦସ୍ତାବିଜ ରଖିବା ବାଧ୍ୟତାମୂଳକ। ଏହି ଦୁଇ ଦସ୍ତାବିଜ ବିନା ସର୍ବସାଧାରଣ ରାସ୍ତାରେ ଗାଡ଼ି ଚଳାଇଲେ ଏଣିକି ଇ-ଡିଟେକ୍ସନ ବ୍ୟବସ୍ଥା ଜରିଆରେ ଯାନ ଚିହ୍ନଟ କରାଯିବ। ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ସାଧାରଣ ଲୋକଙ୍କୁ ଏନେଇ ସଚେତନ କରାଯାଇଛି। ଗାଡ଼ି ଚଳାଇବା ସମୟରେ ବୈଧ PUCC ଓ ବୀମା ଦସ୍ତାବିଜ ନିଶ୍ଚିତ ଭାବେ ଉପଲବ୍ଧ ରଖିବାକୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *