ପାଟନା :ବିହାର ରାଜନୀତିରେ ବଡ଼ ଓଲଟପାଲଟ । ବିଜେପିର ଗଡ଼ ଭାବେ ପରିଚିତ ବାଙ୍କିପୁର ବିଧାନସଭା ଆସନରେ ଜନ ସୁରାଜ ପାର୍ଟିର ମୁଖ୍ୟ ପ୍ରଶାନ୍ତ କିଶୋର ବିଜୟ ହାସଲ କରିଛନ୍ତି। ବିଜେପି ପ୍ରାର୍ଥୀ ନୀରଜ କୁମାରଙ୍କୁ ପ୍ରାୟ ୧୯ ହଜାରରୁ ଅଧିକ ଭୋଟରେ ପରାସ୍ତ କରି ସେ ନିଜର ପ୍ରଥମ ନିର୍ବାଚନୀ ବିଜୟ ହାସଲ କରିଛନ୍ତି।
ନିର୍ବାଚନ ଫଳାଫଳ ଅନୁଯାୟୀ, ପ୍ରଶାନ୍ତ କିଶୋର ପ୍ରାୟ ୫୯ ହଜାରରୁ ଅଧିକ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ନୀରଜ କୁମାର ପ୍ରାୟ ୪୦ ହଜାର ଭୋଟରେ ସୀମିତ ରହିଥିଲେ। ଆରଜେଡି ପ୍ରାର୍ଥୀ ରେଖା କୁମାରୀ ତୃତୀୟ ସ୍ଥାନରେ ରହିଥିଲେ।୧୯୯୫ ମସିହାରୁ ବିଜେପି ନିୟନ୍ତ୍ରଣରେ ଥିବା ବାଙ୍କିପୁର ଆସନରେ ଏହି ବିଜୟକୁ ପ୍ରଶାନ୍ତ କିଶୋରଙ୍କ ରାଜନୈତିକ ଜୀବନର ଏକ ବଡ଼ ସଫଳତା ଭାବେ ଦେଖାଯାଉଛି। ଦୀର୍ଘ ତିନି ଦଶନ୍ଧି ଧରି ବିଜେପିର ଦଖଲରେ ଥିବା ଏହି ଆସନରେ ଜନ ସୁରାଜ ପାର୍ଟିର ବିଜୟ ବିହାର ରାଜନୀତିରେ ନୂଆ ସମୀକରଣ ସୃଷ୍ଟି କରିଛି।
