ପାଟଣା ବନାଞ୍ଚଳରେ ହାତୀ ଆତଙ୍କ

ଘଟଗାଁ:କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳରେ ଏବେ ହାତୀ ଆତଙ୍କ ଦେଖାଦେଇଛି। ବନାଞ୍ଚଳରେ ଦୁଇଟି ପୃଥକ୍ ଦଳରେ ମୋଟ ୨୬ଟି ହାତୀଙ୍କ ଗତିବିଧି ଦେଖିବାକୁ ମିଳିଛି। ହାତୀପଲ ବିଭିନ୍ନ ଗ୍ରାମରେ ପଶି ଧାନ, ମକା ଓ ବୋଇତାଳୁ ଭଳି ଫସଲ ନଷ୍ଟ କରୁଥିବାରୁ ଚାଷୀଙ୍କ ମଧ୍ୟରେ ଚିନ୍ତା ବଢ଼ିଛି।

ଗତକାଲି ପାଟଣା ବନାଞ୍ଚଳ ଅନ୍ତର୍ଗତ ମଙ୍ଗଳପୁର ନିକଟରେ ଏହି ହାତୀପଲଙ୍କୁ ଦେଖିବାକୁ ମିଳିଥିଲା। ହାତୀପଲ ବିଭିନ୍ନ ଚାଷଜମିରେ ପଶି ବ୍ୟାପକ ଫସଲ ନଷ୍ଟ କରିଥିବା ଜଣାପଡ଼ିଛି। ହାତୀଙ୍କ ଉପସ୍ଥିତି ଖବର ପାଇବା ପରେ ସେମାନଙ୍କୁ ଦେଖିବା ପାଇଁ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା।

Leave a Reply

Your email address will not be published. Required fields are marked *