କଲକାତା:ଋତବ୍ରତ ବାନାର୍ଜୀଙ୍କ ନେତୃତ୍ବାଧୀନ ଟିଏମ୍ସିର ବିଦ୍ରୋହୀ ଗୋଷ୍ଠୀ କଲକାତାସ୍ଥିତ ଦଳୀୟ ମୁଖ୍ୟାଳୟକୁ ଦଖଲ କରିଛି। ଶୁକ୍ରବାର ଋତବ୍ରତ ଓ ଫରହିଦ୍ ହାକିମ୍ ନୂଆଦିଲ୍ଲୀରୁ ଫେରିବା ପରେ ଦଳୀୟ ମୁଖ୍ୟାଳୟରେ ବୈଠକ କରିବା ସହିତ ଏହାକୁ ନିଜ ଅକ୍ତିଆରକୁ ନେଇଛନ୍ତି। ଏପରି କି ସେମାନେ ମୁଖ୍ୟାଳୟ ଫାଟକରେ ତାଲା ପକାଇଛନ୍ତି। ବିଦ୍ରୋହୀ ଗୋଷ୍ଠୀ କହିଛନ୍ତି ଯେ ସେମାନେ ଟିଏମସି ମୁଖ୍ୟାଳୟର ମାଲିକାନା ହାସଲ କରିବା ଲାଗି ଆବଶ୍ୟକ ପ୍ରକ୍ରିୟା ଶେଷ କରିଛନ୍ତି। ତେଣୁ ଏବେ ଠାରୁ ସେମାନେ ତୃଣମୂଳ ଭବନର ସେମାନଙ୍କର ସମସ୍ତ ପ୍ରକାର ଦଳୀୟ କାର୍ଯ୍ୟକ୍ରମ କରିବେ। ଏହା ପୂର୍ବରୁ ବିଦ୍ରୋହୀ ଗୋଷ୍ଠୀ ନୂଆଦିଲ୍ଲୀରେ ନିର୍ବାଚନ ଆୟୋଗଙ୍କ ନିକଟରେ ହାଜର ହୋଇ ଦଳର ନାମ ଓ ଚିହ୍ନ ପାଇଁ ଦାବି କରିଥିଲେ।
Related Posts
ରାଜ୍ୟର ବିଭିନ୍ନ ଜିଲାରେ ବନ୍ୟା ପାଣି ହ୍ରାସ, ଜାରି ରହିବ ବର୍ଷା
ଭୁବନେଶ୍ବର : ରାଜ୍ୟର ବିଭିନ୍ନ ଜିଲାରେ ବନ୍ୟା ପାଣି ହ୍ରାସ ପାଉଥିବା ବେଳେ ସ୍ଥିତି ଧୀରେଧୀରେ ସ୍ବାଭାବିକ ହେଉଛି। ତେବେ ବର୍ଷା ସମ୍ଭାବନା ଥିବାରୁ ଆସନ୍ତା ୯ତାରିଖ…
ବଢିଲା ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ପାଇଁ ଅଡୁଆ : ଗିରଫ ହୋଇ ପାରନ୍ତି ନେତାନ୍ୟାହୁ
ନୂଆଦିଲ୍ଲୀ : ବଢିଲା ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ପାଇଁ ଅଡୁଆ । ଗିରଫ ହୋଇ ପାରନ୍ତି ନେତାନ୍ୟାହୁ। ତୁର୍କୀ ନେତାନ୍ୟାହୁଙ୍କ ବିରୋଧରେ ଗିରଫ ପରୱାନା ଜାରି…
ରଥଯାତ୍ରାରେ ରାଜଧାନୀ ପାଇଁ ଆସିଲା ନୂଆ ଟ୍ରାଫିକ୍ କଟକଣା
ଭୁବନେଶ୍ୱର : ରଥଯାତ୍ରା ପାଇଁ ରାଜଧାନୀ ଭୁବନେଶ୍ୱର ପାଇଁ ଆସିଲା ଟ୍ରାଫିକ୍ କଟକଣା। ଆସନ୍ତା ଜୁଲାଇ ୧୬, ୨୪ ଓ ୨୫ ପାଇଁ ଭୁବନେଶ୍ୱର ସ୍ଥିତ ଇସ୍କନ୍…
