ଓଡ଼ିଶା ପ୍ରାୟ ନକ୍ସଲମୁକ୍ତ : ୱାଇ ବି ଖୁରାନିଆ

ଭୁବନେଶ୍ୱର: ଓଡ଼ିଶା ପୋଲିସର ମହାନିର୍ଦ୍ଦେଶକ (ଡିଜିପି) ଜିପି ୱାଇ ବି ଖୁରାନିଆ ତାଙ୍କ ବିଦାୟୀ ଅଭିଭାଷଣରେ ରାଜ୍ୟ ପୋଲିସର ବିଭିନ୍ନ ସଫଳତା ସମ୍ପର୍କରେ ଆଲୋକପାତ କରିଛନ୍ତି। ବିଶେଷକରି ନକ୍ସଲ ଦମନ ଓ ନିଶା ବିରୋଧୀ ଅଭିଯାନରେ ଓଡ଼ିଶା ପୋଲିସ ହାସଲ କରିଥିବା ସଫଳତାକୁ ସେ ଉଲ୍ଲେଖ କରିଛନ୍ତି।

ବିଦାୟୀ ଅଭିଭାଷଣରେ ଖୁରାନିଆ ଓଡ଼ିଶା ପୋଲିସର ସହିଦ ଯବାନ ଓ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସେମାନଙ୍କ ବଳିଦାନକୁ ସ୍ମରଣ କରିଥିଲେ। ରାଜ୍ୟରେ ନକ୍ସଲ ବିରୋଧୀ ଅଭିଯାନକୁ ଆହୁରି ଶକ୍ତିଶାଳୀ କରାଯାଇଥିବା ସେ କହିଥିଲେ।ଖୁରାନିଆ କହିଥିଲେ, ‘ଆଜି ଓଡ଼ିଶା ପ୍ରାୟ ନକ୍ସଲ ମୁକ୍ତ ହୋଇଛି।’ ଦୀର୍ଘଦିନ ଧରି ରାଜ୍ୟରେ ଚାଲିଥିବା ନକ୍ସଲ ବିରୋଧୀ ଅଭିଯାନରେ ସୁରକ୍ଷାବାହିନୀ ଓ ପୋଲିସର ମିଳିତ ପ୍ରୟାସ ଫଳପ୍ରଦ ହୋଇଥିବା ସେ ଉଲ୍ଲେଖ କରିଥିଲେ।

Leave a Reply

Your email address will not be published. Required fields are marked *