ଆଜି ଠାରୁ ସଂସଦର ମୌସୁମୀ ଅଧିବେଶନ। ଅଧିବେଶନ ଆରମ୍ଭ

ନୂଆଦିଲ୍ଲୀ : ଆଜି ଠାରୁ ସଂସଦର ମୌସୁମୀ ଅଧିବେଶନ। ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଗଣମାଧ୍ୟମକୁ ସମ୍ବୋଧିତ କରି ଛନ୍ତି। ଅଧିବେଶନ ସମୟରେ ସେ ଦେଶର ଯୁବପିଢ଼ି, ବୈଜ୍ଞାନିକ ଏବଂ ଆର୍ଥିକ ପ୍ରଗତିକୁ ପ୍ରଶଂସା କରିଥିଲେ। ସେ କହି ଛନ୍ତି ଯେ ବିଶ୍ୱ ସଙ୍କଟ ସତ୍ତ୍ୱେ, ଭାରତର ଅଭିବୃଦ୍ଧି ହାର ୭.୭ ପ୍ରତିଶତ ରହିଛି। ପ୍ରଧାନମନ୍ତ୍ରୀ ସଂସଦରେ ଅର୍ଥପୂର୍ଣ୍ଣ ଆଲୋଚନା ପାଇଁ ଆହ୍ବାନ କରିଥିଲେ।

ମୌସୁମୀ ହେଉ କିମ୍ବା ସଂସଦର ମୌସୁମୀ ଅଧିବେଶନ, ଯଦି ଉଭୟ ସକ୍ରିୟ ଥାଏ, ତେବେ ସେମାନେ ବହୁତ ଫଳପ୍ରଦ ପ୍ରମାଣିତ ହୁଅନ୍ତି। ଏହା ଦେଶର କଲ୍ୟାଣ ଏବଂ ସମସ୍ତ ଜୀବଜଗତର କଲ୍ୟାଣରେ ଯୋଗଦାନ କରେ। ପ୍ରଧାନମନ୍ତ୍ରୀ ପ୍ରାର୍ଥନା କରିଥିଲେ ଯେ ଏହି ମୌସୁମୀ ଏବଂ ମୌସୁମୀ ଅଧିବେଶନ ଉଭୟ ଦେଶର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଫଳପ୍ରଦ ହେଉ।

Leave a Reply

Your email address will not be published. Required fields are marked *