ବାଣ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ, ୮ ମୃତ, ୧୫ ରୁ ଅଧିକ ଆହତ

ଅହମ୍ମଦାବାଦ : ଶନିବାର ଦିନ ଗୁଜୁରାଟର ଅହମ୍ମଦାବାଦରେ ଏକ ବଡ ଅଘଟଣ ଘଟିଛି। ମହମୁଦପୁରାରେ ଏକ ବାଣ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଆଠ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୫ ରୁ ଅଧିକ ଆହତ ହୋଇଛନ୍ତି। ଖବର ପାଇ ମେୟର ଏବଂ ମ୍ୟୁନିସିପାଲ କମିଶନର ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଶନିବାର ଅପରାହ୍ନରେ ମହମୁଦପୁରାରେ ଥିବା ଟ୍ୟାଲେଣ୍ଟ ଫାୟାରୱାକ୍ସ କାରଖାନାରେ ହଠାତ୍ ନିଆଁ ଲାଗିଯାଇଥିଲା।

Leave a Reply

Your email address will not be published. Required fields are marked *