ଝଟକା ମେସିନ ସଂସ୍ପର୍ଶରେ ଆସି ୨ ମୃତ

ସିମୁଳିଆ : ପଶୁ ବନ୍ୟ ଜନ୍ତୁଙ୍କ ଦାଉରୁ ଧାନ ତଳିକୁ ଉଦ୍ଧାର କରିବା ନିମନ୍ତେ ବିଦ୍ୟୁତ ଝଟକା ଲଗାଇ ନିଜେ ବିଦ୍ୟୁତ ଶିକାର ହେଲେ। ଏଭଳି ଘଟଣା ଦେଖି ମହିଳା ଉଦ୍ଧାର କରିବା ସମୟରେ ବିଦ୍ୟୁତ ଆଘାତ ପାଇ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ସିମୁଳିଆ ଥାନା ଅନ୍ତର୍ଗତ ଈଶ୍ବରପୁର ପଞ୍ଚାୟତର ଚନ୍ଦ୍ରପଡା ଗ୍ରାମର, ମହେଶ୍ୱର ଦାସ (୫୫)ବର୍ଷ ନିଜର ଚାଷ ଜମି ଅଡା ପଞ୍ଚାୟତର ଦକ୍ଷିଣ ଅଡା ମଇଁଷା ମୁଣ୍ଡା ଅଞ୍ଚଳରେ ଗୃହପାଳିତ ପଶୁ ଓ ବନ୍ୟ ଯନ୍ତୁଙ୍କ ଦାଉରୁ ଧାନ ତଳି ଉଦ୍ଧାର କରିବା ପାଇଁ ବିଦ୍ୟୁତ ଝଟକା ମେସିନ ଲଗାଇଥିଲେ। ଆଜି ସକାଳେ ମେସିନଟିକୁ ବନ୍ଦ କରିବାକୁ ଯାଇ ବିଦ୍ୟୁତ ସଂସ୍ପରରେ ଆସି ଛିଟିକି ପଡ଼ିଥିଲେ। ସେଇ ସମୟରେ ମହିଳା ବିରା ମୁଣ୍ଡା ମହେଶ୍ୱରଙ୍କୁ ଉଦ୍ଧାର କରିବାକୁ ଯାଇ ବିଦ୍ୟୁତ ଆଘାତରେ ଶିକାର ହୋଇଥିଲେ। ଖବର ପାଇ ସ୍ଥାନୀୟ ଲୋକ ଦୁଇ ଜଣଙ୍କୁ ଉଦ୍ଧାର କରି ସିମୁଳିଆ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସିମୁଳିଆ ପୁଲିସ ଘଟଣାର ତଦନ୍ତ କରୁଥିବା ଜଣାଯାଇଛି।

Leave a Reply

Your email address will not be published. Required fields are marked *