ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଅଷ୍ଟ୍ରେଲିଆ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି “ମେଲବୋର୍ଣ୍ଣ ମିଟ୍ସ ମୋଦୀ” କାର୍ଯ୍ୟକ୍ରମରେ ଭାରତୀୟ ପ୍ରବାସୀଙ୍କୁ ସମ୍ବୋଧିତ କରିଛନ୍ତି। ସେ ଗୁଜୁରାଟୀ ଭାଷାରେ ସେମାନଙ୍କ ମଙ୍ଗଳ କାମନା କରିଥିଲେ। ସେ “କେମ୍ ଚୋ” ଏବଂ “ଭାନକ୍କମ୍” ଭଳି ଭାରତୀୟ ଶୁଭେଚ୍ଛା ସହିତ ଭାରତୀୟ ପ୍ରବାସୀମାନଙ୍କ ସହିତ ତାଙ୍କର ଭାବବିନିମୟ ଆରମ୍ଭ କରିଥିଲେ ଏବଂ ୨୦୨୩ ମସିହାରେ ସିଡନୀ କାର୍ଯ୍ୟକ୍ରମକୁ ମନେ ପକାଇଥିଲେ। ସେ ଦେଶର ସଂସ୍କୃତି, ବିଜ୍ଞାନ ଏବଂ ଅର୍ଥନୈତିକ କ୍ଷେତ୍ର ଉପରେ ମଧ୍ୟ ବିସ୍ତୃତ ଭାବରେ କଥା ହୋଇଥିଲେ।
ଆତଙ୍କବାଦ ବିରୁଦ୍ଧରେ ଭାରତ – ଅଷ୍ଟ୍ରେଲିଆ ଏକଜୁଟ
