ବାହାଘର ଖୁସି ଭିତରେ ପଶିଲା ଚୋରଙ୍କ କଳା ଛାୟା

ଖୁଣ୍ଟା:ବାହାଘର ଖୁସି ଭିତରେ ପଶିଲା ଚୋରଙ୍କ କଳା ଛାୟା। ଶାଳୀଙ୍କ ବିବାହରେ ଯୋଗ ଦେବାକୁ ସମସ୍ତ ପରିବାର କଲ୍ୟାଣ ମଣ୍ଡପକୁ ଯାଇଥିବା ବେଳେ ସୁଯୋଗ ନେଇ ଘରର ତାଲା ଭାଙ୍ଗି ପ୍ରାୟ ୩ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ନଗଦ ଟଙ୍କା ଚୋରି କରି ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ। ଏଭଳି ଚୋରି ଘଟଣା ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧୀନ ଖୁଣ୍ଟା ବଜାର ପ୍ରାଣିଚିକିତ୍ସା କେନ୍ଦ୍ର ନିକଟରେ ଘଟିଛି।

ସୂଚନା ଅନୁଯାୟୀ, ଶିକ୍ଷକ ପ୍ରଶାନ୍ତ ବେହେରା ମଙ୍ଗଳବାର ରାତିରେ ପରିବାର ସହ ଶାଳୀଙ୍କ ବିବାହରେ ଯୋଗ ଦେବା ପାଇଁ ଖୁଣ୍ଟା କଲ୍ୟାଣ ମଣ୍ଡପକୁ ଯାଇଥିଲେ। ବିଳମ୍ବିତ ରାତିରେ ବରଯାତ୍ରୀ ପହଞ୍ଚିବା ପରେ ତାଙ୍କ ପୁଅ ମୋବାଇଲ୍ ଚାର୍ଜ କରିବା ପାଇଁ ଘରକୁ ଆସିଥିଲେ। ଘର ନିକଟରେ ପହଞ୍ଚି ସେ ପ୍ରବେଶ ଗ୍ରିଲ୍ ଖୋଲା ଥିବା, ବାହାର ଲାଇଟ୍ ଭଙ୍ଗା ଓ ଘର ଭିତରେ ଲାଇଟ୍ ଜଳୁଥିବା ଦେଖି ସନ୍ଦେହ କରି ପରିବାର ଲୋକଙ୍କୁ ଖବର ଦେଇଥିଲେ।ପରେ ଘର ଯାଞ୍ଚ କରିବା ବେଳେ ଚୋରମାନେ ଗ୍ରିଲ୍ ଏବଂ ଭିତର କବାଟର ତାଲା ଭାଙ୍ଗି ଆଲମିରାରେ ଥିବା ସୁନା ଅଳଙ୍କାର ସହ ପ୍ରାୟ ୩୫ରୁ ୪୦ ହଜାର ଟଙ୍କା ନଗଦ ନେଇଯାଇଥିବା ଜଣାପଡ଼ିଥିଲା। ସମୁଦାୟ ଚୋରି ହୋଇଥିବା ସମ୍ପତ୍ତିର ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା ବୋଲି ଆକଳନ କରାଯାଇଛି।

Leave a Reply

Your email address will not be published. Required fields are marked *