ନୂଆଦିଲ୍ଲୀ : ଭିଏତନାମରେ ବୋଟ୍ ବୁଡି ପ୍ରାୟ ୧୫ ଭାରତୀୟଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଛି।
ଭିଏତନାମ ନିକଟରେ ଭାରତୀୟ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ବୁଡ଼ିଯାଇଛି। ଉଦ୍ଧାର କାର୍ଯ୍ୟ ଜାରି ହୋଇଛି। ହେଲ୍ପଲାଇନ୍ ନମ୍ବର ମଧ୍ୟ ଜାରି କରାଯାଇଛି।
ଭିଏତନାମରେ ଭାରତୀୟ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ବୁଡ଼ିଥିବା ଜଣାପଡ଼ିଛି। ହାନୋଇରେ ଥିବା ଭାରତୀୟ ଦୂତାବାସ ଦ୍ୱାରା ଜାରି ଏକ ବିବୃତ୍ତି ଅନୁଯାୟୀ, କିଛି ଘଣ୍ଟା ପୂର୍ବରୁ ଭିଏତନାମର ଫୁ କ୍ୱିକ୍ ଦ୍ୱୀପ ନିକଟରେ ଏକ ଦୁଃଖଦ ଘଟଣାରେ ଅନେକ ଭାରତୀୟ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ବୁଡ଼ି ଯାଇଥିଲା। ସ୍ଥାନୀୟ କର୍ତ୍ତୃପକ୍ଷ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଦୁର୍ଘଟଣାର କାରଣ ଏବଂ ଏଥିରେ ଥିବା ଲୋକଙ୍କ ସଠିକ୍ ବିବରଣୀ ସଂଗ୍ରହ କରାଯାଉଛି। ପ୍ରଭାବିତ ପରିବାରକୁ ସହାୟତା ପାଇଁ ହୋ ଚି ମିନ୍ ସିଟିରେ ଥିବା ଭାରତୀୟ କନସୁଲେଟ୍ ରେ ଏକ ନିୟନ୍ତ୍ରଣ କକ୍ଷ ସ୍ଥାପନ କରାଯାଇଛି।
