ଅଜଣା ଗାଡି ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ

ବାସୁଦେବପୁର: ବାସୁଦେବପୁର କୋଷ୍ଟ କେନାଲ ରାସ୍ତାର ପାଳସାହି ନିକଟରେ ଅଜଣା ଗାଡି ଧକ୍କାରେ ସୁବାସ ଖିଲାର (୩୨) ନାମକ ଯୁବକର ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ କିସ୍ମତ କୃଷ୍ଣପୁର ଗାଁର ଦୁର୍ଯ୍ୟୋଧନ ଖିଲାରଙ୍କ ପୁଅ ବୋଲି ସୂଚନା ମିଳିଛି। ସୁବାସ ପାଳସାହି ଗାଁରେ ରହୁଥିଲେ। ଗତକାଲି ରାତିରେ କୃଷ୍ଣପୁର ଘରକୁ ଫେରୁଥିବା ବେଳେ ଅଜଣା ଗାଡି ଧକ୍କା ଦେଇ ଫେରାର ହୋଇଥିଲା। ଆଜି ସକାଳେ ରାସ୍ତା କଡ଼ରେ ତାଙ୍କ ମୃତ ଦେହ ପଡ଼ିଥିବା ସ୍ଥାନୀୟ ଲୋକଦେଖି ଚିହ୍ନଟ କରିଥିଲେ।

Leave a Reply

Your email address will not be published. Required fields are marked *