କଲକାତା:ଋତବ୍ରତ ବାନାର୍ଜୀଙ୍କ ନେତୃତ୍ବାଧୀନ ଟିଏମ୍ସିର ବିଦ୍ରୋହୀ ଗୋଷ୍ଠୀ କଲକାତାସ୍ଥିତ ଦଳୀୟ ମୁଖ୍ୟାଳୟକୁ ଦଖଲ କରିଛି। ଶୁକ୍ରବାର ଋତବ୍ରତ ଓ ଫରହିଦ୍ ହାକିମ୍ ନୂଆଦିଲ୍ଲୀରୁ ଫେରିବା ପରେ ଦଳୀୟ ମୁଖ୍ୟାଳୟରେ ବୈଠକ କରିବା ସହିତ ଏହାକୁ ନିଜ ଅକ୍ତିଆରକୁ ନେଇଛନ୍ତି। ଏପରି କି ସେମାନେ ମୁଖ୍ୟାଳୟ ଫାଟକରେ ତାଲା ପକାଇଛନ୍ତି। ବିଦ୍ରୋହୀ ଗୋଷ୍ଠୀ କହିଛନ୍ତି ଯେ ସେମାନେ ଟିଏମସି ମୁଖ୍ୟାଳୟର ମାଲିକାନା ହାସଲ କରିବା ଲାଗି ଆବଶ୍ୟକ ପ୍ରକ୍ରିୟା ଶେଷ କରିଛନ୍ତି। ତେଣୁ ଏବେ ଠାରୁ ସେମାନେ ତୃଣମୂଳ ଭବନର ସେମାନଙ୍କର ସମସ୍ତ ପ୍ରକାର ଦଳୀୟ କାର୍ଯ୍ୟକ୍ରମ କରିବେ। ଏହା ପୂର୍ବରୁ ବିଦ୍ରୋହୀ ଗୋଷ୍ଠୀ ନୂଆଦିଲ୍ଲୀରେ ନିର୍ବାଚନ ଆୟୋଗଙ୍କ ନିକଟରେ ହାଜର ହୋଇ ଦଳର ନାମ ଓ ଚିହ୍ନ ପାଇଁ ଦାବି କରିଥିଲେ।
Related Posts
ହୀରାକୁଦ ଜଳଭଣ୍ଡାରରେ ବଢୁଛି ବନ୍ୟାଜଳ; ୧୭ଟି ଗେଟ୍ ଜରିଆରେ ହେଉଛି ଜଳ ନିଷ୍କାସନ
ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ଅତ୍ୟଧକ ବନ୍ୟାଜଳ ପ୍ରବେଶ କରିବା ଆରମ୍ଭ କରିଛି। ଫଳରେ ଜଳଭଣ୍ଡାରର ଜଳସ୍ତର…
ସିଂହବାହିନୀର ନାଟକ ପରିବେଷଣ ବେଳେ ପୀୟୁଷ ଅସୁସ୍ଥ
ଭୁବନେଶ୍ୱର : ଚାଲିଥିଲା ଯାତ୍ରା। ହଠାତ୍ ହେଲା ବନ୍ଦ। ଯାତ୍ରା ପରିବେଷଣ ବେଳେ ଅସୁସ୍ଥ ହେଲେ ଲୋକପ୍ରିୟ ଅଭିନେତା ପୀୟୁଷ ତ୍ରିପାଠୀ। ସେ ମୁଣ୍ଡ ବୁଲାଇ ମଞ୍ଚରେ…
ନେପାଳ ବନ୍ୟା:ଏକାଥରେ ପାଖାପାଖି ୫୦୦ ଶବ,ଚିନ୍ତାରେ ସରକାର
ନେପାଳ: ଗୋଟିଏ ନୁହଁକି ଦୁଇଟି ନୁହଁ । ଏକାଥରେ ପାଖାପାଖି ୫୦୦ ଶବ! କେଉଁଠି ରଖାଯିବ ଏତେ ସଂଖ୍ୟାରେ ଶବଙ୍କୁ! କେଉଁଠି ଶବ ଚିହ୍ନଟ ହୋଇପାରିନି ତ…
