ଚୌଦ୍ୱାର ଜେଲରେ ଏଡ଼ସ୍ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର:  : ଝାରପଡା ଜେଲ୍ ପରେ ଚୌଦ୍ୱାର ମଣ୍ଡଳ କାରାଗାରରେ ଏଡ଼ସ୍ ଆକ୍ରାନ୍ତ ଚିହ୍ନଟ। ୫ ଜଣ କଏଦୀ ଏଚଆଇଭି ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨ ଜଣ ସଜ୍ଜା କାଟୁଥିବା ବେଳେ ୩ ଜଣ ବିଚାରାଧୀନ କଏଦୀ ବୋଲି ଜଣାପଡିଛି । ପୂର୍ବରୁ ଝାରପଡ଼ା ଜେଲ୍‌ରେ ୮ ଜଣ ଏକଦୀ ଏଚ୍ଆଇଭି ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

ସୂଚନା ଅନୁଯାୟୀ, ଚୌଦ୍ୱାର ମଣ୍ଡଳ କାରାଗାରରେ ଚିହ୍ନଟ ହୋଇଥିବା ଏଚ୍ଆଇଭି ଆକ୍ରାନ୍ତ କଏଦୀମାନଙ୍କୁଜେଲ୍ ଭିତରେ ଥିବା ସ୍ବତନ୍ତ୍ର ୱାର୍ଡରେ ରଖାଯାଇଛି। ସେଠାରେ ତାଙ୍କୁ ଚିକିତ୍ସା ଯୋଗାଇ ଦିଆଯାଉଛି । ଜେଲରେ ଥିବା ଜଣେ ଡ଼ାକ୍ତର ଓ ଦୁଇ ଜଣ ଫାର୍ମାସିଷ୍ଟ ସେମାନେ ରୀତିମତ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରୁଛନ୍ତି।

Leave a Reply

Your email address will not be published. Required fields are marked *