ଅର୍ଣ୍ଣବ ବାତ୍ୟା ଯୋଗୁଁ ଅସହାୟ ୩ ଶିଶୁଙ୍କୁ ଉଦ୍ଧାର କଲା ଗଜପତି ଜିଲ୍ଲା ପ୍ରଶାସନ

ପାରଳାଖେମୁଣ୍ଡି : ବାତ୍ୟା “ଅର୍ଣବ ” ଫଳରେ ଗଜପତି ଜିଲ୍ଲା , ରାୟଗଡ ବ୍ଲକ ଅନ୍ତର୍ଗତ ଗୋଠେଇ ଗ୍ରାମର ଏକ ଭଗ୍ନ ଘରେ ଅସହାୟ ଅବସ୍ଥାରେ ତିନି ଜଣ ଶିଶୁ ରହୁଥିବାର ଖବର ରାୟଗଡ ବ୍ଲକର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଣି ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ । ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଓ ଚାଇଲ୍ଡ ହେଲ୍ପ ଲାଇନର କର୍ମକର୍ତ୍ତା ତୁରନ୍ତ ଗୋଠେଇ ଗ୍ରାମକୁ ଯାଇ ଅନୁଧ୍ୟାନ କରି ଜାଣିବାକୁ ପାଇଲେ ଯେ 2 ଜଣ ଝିଅ 12 ଓ 6 ବର୍ଷ ଓ ଜଣେ ପୁଅ 10 ବର୍ଷର ଅତି ଦୟନୀୟ ଅବସ୍ଥାରେ ଅଛନ୍ତି ।ସେମାନଙ୍କର ମା ଙ୍କ କିଛି ଦିନ ପୂର୍ବରୁ ମୃତ୍ୟୁ ହୋଇଯାଇଛି ଏବଂ ଶିଶୁମାନଙ୍କର ପିତା ଶିଶୁ ମାନଙ୍କୁ ଛାଡ଼ି କେଉଁଆଡ଼େ ଚାଲିଯାଇଛନ୍ତି ଯାହାକି ଗ୍ରାମବାସୀଙ୍କ ପାଖରେ ଖବର ନାହିଁ।ଗ୍ରାମବାସୀଙ୍କ ସହଯୋଗରେ ଶିଶୁମାନଙ୍କୁ ଉଦ୍ଧାର କରି ଶିଶୁ କଲ୍ୟାଣ ସମିତି ଗଜପତି ଙ୍କ ନିକଟରେ ଉପସ୍ଥାପନ କରା ଯାଇଥିଲା। .ଶିଶୁ କଲ୍ୟାଣ ସମିତି ଶିଶୁମାନଙ୍କ ଅତୀତ ପରିସ୍ଥିତି ବିଷୟରେ ଅବଗତ ହେବାପରେ ଶିଶୁମାନଙ୍କୁ ସରକାରଙ୍କ ଶିଶୁ ଯତ୍ନ ଅନୁଷ୍ଠାନ ଉତ୍କଳବାଳ।ଶ୍ରମ, ପାରଳାଖେମୁଣ୍ଡି ଠାରେ ଥଇଥାନ କରାଇଛନ୍ତି ।ପ୍ରଶାସନ ତରଫରୁ ସମସ୍ତ ସୁବିଧା ଯୋଗାଇ ଦିଆଯାଇଛି ଯେଉଁଠି କି ଶିଶୁ ମାନେ ରହି ମାଗଣାରେ ଖାଇ ପିଇ ପାଠ ପଢ଼ି ପାରିବେ ।

Leave a Reply

Your email address will not be published. Required fields are marked *