ଚଳିତବର୍ଷ ରୂପା ତାରକସି ମେଢରେ ଝଲସିବେ ମା ଦକ୍ଷିଣକାଳୀ

ପୁରୀ,୩୧/୧୦- ଓଡ଼ିଶା ତଥା ପୁରୀଜିଲ୍ଲାର ପ୍ରମୁଖ ଶକ୍ତିପୀଠ ସତ୍ଯବାଦୀ ର ବୀରଗୋବିନ୍ଦପୁର ଦକ୍ଷିଣକାଳୀଙ୍କ ପୀଠରେ କାଳୀପୂଜା ଅନୁଷ୍ଠିତ ହେବ । ଚଳିତବର୍ଷ ସବୁଠାରୁ ଆକର୍ଷଣୀୟ ରୂପା ତାରକସି ଚାନ୍ଦି ମେଢ଼ରେ ଝଲସିବେ ମା ଦକ୍ଷିଣକାଳୀ । ଏଦିପାଇଁ କଟକର ପ୍ରସିଦ୍ଧ ରୂପା ତାରକସି କାରିଗର ମେଢ ନିର୍ମାଣରେ ନିମଗ୍ନ ଅଛନ୍ତି । ରୂପାର ସରୁ ତାରରେ ଛନ୍ଦା ହୋଇ ଏହି ମେଢ ପ୍ରସ୍ତୁତି ଚାଲିଛି । ମେଢ ଚାରିପଟେ ଛୋଟ ଛୋଟ କାଚ ସେଟିଙ୍ଗ କରାଯାଉଛି । ରଙ୍ଗୀନ ଆଲୋକରେ ଏହା ଝଲସିବ । ଐତିହାସିକ ଶାସନ ଗ୍ରାମ ବୀରଗୋବିନ୍ଦପୁର ମା ଦକ୍ଷିଣକାଳୀଙ୍କ ଉତ୍ସବ ଧୁମଧାମରେ ପାଳିତ ହେବ ବୋଲି ମନ୍ଦିର କମିଟି ଜଣାଇଛନ୍ତି । ଭକ୍ତ ମାନଙ୍କ ଦାନରେ ଏହି ଚାନ୍ଦି ମେଢ କରାଯାଉଛି । ଭକ୍ତ ମାନେ ପୂଜାରେ ମା ଦକ୍ଷିଣକାଳୀଙ୍କୁ ଦର୍ଶନ କରି ଆଶିଷ ନେବା ପାଇଁ କମିଟି ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *