ଗ୍ରାଉଣ୍ଡ ଜିରୋରେ ଗଜପତି ଜିଲ୍ଲାପାଳ

ଗଜପତି : ଗଜପତି ଜିଲ୍ଲାରେ ସମସ୍ତ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ରାସ୍ତାଘାଟ ଓ ଭୂଷ୍ଫଳନ ଅଞ୍ଚଳକୁ ଗଜପତି ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ଉପଜିଲ୍ଲାପାଳ ସୁଶ୍ରୀ ଭଗବତ କଲ୍ୟାଣ ସାମଲ ରାଓ ପାଦ ଚଲାରେ ପାହାଡିଆ ରାସ୍ତା ଅତିକ୍ରମ କରି ଉଦ୍ଧାର ଓ ପୁନଃରୁଦ୍ଧାର କାର୍ଯ୍ୟ ଗୁଡିକର ସ୍ଥିତି ଅନୁଧ୍ୟାନ କରିଛନ୍ତି. ଗଜପତି ଜିଲ୍ଲାର ପ୍ରସିଦ୍ଧ ମହେନ୍ଦଗିରି ପାଦ ଦେଶରେ ବାତ୍ୟା ଯୋଗୁଁ ରାସ୍ତାଘାଟ ପାହାଡ଼ ଧସି କ୍ଷତିଗ୍ରସ୍ତ ହୋଇଥିଲା. ଯଦ୍ୱାରାକି ଅଞ୍ଚଳବାସୀଙ୍କ ଯୋଗାଯୋଗ ସମ୍ପୂର୍ଣ ବିଛିର୍ନ ହୋଇପଡିଛି. ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଉପଜିଲ୍ଲାପାଳ ସମ୍ପୃକ୍ତ ଅଞ୍ଚଳରେ ପହଞ୍ଚି ସମସ୍ତ ଅନୁଧ୍ୟାନ କରିବା ସହ ପୁନଃରୁଦ୍ଧାର କାର୍ଯ୍ୟରେ ନିୟୋଜିତ କର୍ମଚାରୀ ଓ ଅଧିକାରୀମାନଙ୍କୁ ଅତିଶୀଘ୍ର ଯେପରି କାର୍ଯ୍ୟ ସମାପନ ହେବ ସେନେଇ ନିର୍ଦେଶ ଦେଇଥିବା ସୂଚନା ମିଳିଛି.

Leave a Reply

Your email address will not be published. Required fields are marked *