ଭୁବନେଶ୍ବର:ଭୁବନେଶ୍ବର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ । ଡିସିପିଙ୍କ ଇସ୍ତଫା ଗ୍ରହଣ କଲେ କେନ୍ଦ୍ର ସରକାର। ପୂର୍ବରୁ ରାଜ୍ୟ ସରକାର ଗୃହ ମନ୍ତ୍ରାଳୟକୁ ସୁପାରିସ କରିଥିଲେ ଜଗମୋହନ ମୀନା। ୨୦୧୩ ବ୍ୟାଚ୍ର ଏହି ଆଇପିଏସ ଅଫିସର ପୂର୍ବରୁ ମାଲକାନଗିରି, ଗଂଜାମର ଏସପି ରହି ସାରିଥିବା ବେଳେ କଟକ ଡିସିପି ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ଆଇଆଇଟି କାନପୁରରୁ ସେ ଏରୋସ୍ପେଶ ଇଂଜିନିୟିରିଂରେ ସ୍ନାତକୋତର ଡିଗ୍ରି ହାସଲ କରିଛନ୍ତି। ବ୍ୟକ୍ତିଗତ କାରଣରୁ ସେ ନିଜ ପଦରୁ ଇସ୍ତଫା ଦେଉଛନ୍ତି ବୋଲି ଶ୍ରୀ ମୀନା ଗଣମାଧ୍ୟମକୁ ପୂର୍ବରୁ କହି ସାରିଛନ୍ତି । ନିଜ କାର୍ଯ୍ୟକାଳ ଭିତରେ ଓଡ଼ିଶାର ଜନସାଧାରଣ ତାଙ୍କୁ ଆକୁଣ୍ଠ ଭଲପାଇବା ଦେଇଥିବାରୁ ଓଡ଼ିଶାବାସୀଙ୍କୁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ଭୁବନେଶ୍ବର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ
