ଜୁଆ ଆଡ୍ଡାରେ ପୁଲିସର ଚଢାଉ , ୩ ଗିରଫ

ରାଜନଗର: ଜୁଆ ଆଡ୍ଡାରେ ପୁଲିସର ବଡ ଆକ୍ସନ୍ । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ରାଜନଗର ଅଞ୍ଚଳରେ। ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି ୩ ଜଣଙ୍କୁ ଗିରଫ କରିଛି। ଅନ୍ୟ କିଛି ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଥିବା ଜଣାପଡ଼ିଛି। କିଛିଦିନ ଧରି ରାଜନଗର ଦଧିବାମନ ମନ୍ଦିର ପଛପଟେ ଜୁଆ ଆଡ୍ଡା ଚାଲିଥିବା ନେଇ ରାଜନଗର ପୁଲିସ ନଜରକୁ ଆସିଥିଲା।ପୁଲିସ ସୂଚନା ଅନୁସାରେ, ଗିରଫ ଅଭିଯୁକ୍ତମାନେ ରାଜନଗର ଗାଁର ଅଭିନାଶ ଦଳାଇ ଓରଫ କାହ୍ନା, ବାପି ମଳିକ ଏବଂ ସତ୍ୟରଞ୍ଜନ ସେଠୀ ଓରଫ ହଡ଼ା। ଚଢ଼ାଉ ସମୟରେ ସେମାନଙ୍କ ନିକଟରୁ ୨୧୦୦ ଟଙ୍କା ନଗଦ, ୪ଟି ମୋବାଇଲ୍ ଫୋନ୍, ୧ଟି ଛୁରୀ, ୧ଟି ପଞ୍ଝା ଏବଂ ୨ଟି ବାଇକ୍ ଜବତ କରିଛି ପୁଲିସ ।ଗିରଫ ତିନି ଅଭିଯୁକ୍ତଙ୍କୁ ପୋଲିସ କୋର୍ଟ ଚାଲାଣ କରିଥିବା ବେଳେ ଫେରାର ଅଭିଯୁକ୍ତମାନଙ୍କୁ ଧରିବାକୁ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *