ଭିଜିଲାନ୍ସ ଜାଲରେ କନିଷ୍ଠ ସହାୟକ

ସମ୍ବଲପୁର: ସମ୍ବଲପୁର ଭିଜିଲାନ୍ସ ବିଭାଗ ମଙ୍ଗଳବାର ସମ୍ବଲପୁର ଜିଲା ଜମନିକିରା ବ୍ଲକ ଫାସିମାଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର କନିଷ୍ଠ ସହାୟକ ମିର ଇମ୍‌ତିଆଜ୍ ଅଲ୍ଲୀଙ୍କୁ ଗିରଫ କରିଛି । ଅବସରପ୍ରାପ୍ତ କର୍ମଚାରୀମାନଙ୍କ ଦରମା, ବକେୟା ଓ ଅନ୍ୟାନ୍ୟ ପ୍ରାପ୍ୟ ବାବଦରେ ପ୍ରାୟ ୧କୋଟି ୧୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ କରିଥିବା ନେଇ ମିର୍‌ଙ୍କ ନାମରେ ଭିଜିଲାନ୍ସ ବିଭଗରେ ଅଭିଯୋଗ ହୋଇଥିଲା । ମିର ଇମ୍‌ତିଆଜ ୨୦୨୧-୨୨ରୁ ୨୦୨୬-୨୭ ଆର୍ଥିକ ବର୍ଷ ମଧ୍ୟରେ ଅବସରପ୍ରାପ୍ତ କର୍ମଚାରୀମାନଙ୍କ ନାମରେ ମିଥ୍ୟା ଅନ୍‌ଲାଇନ୍ ଓ ଅପ୍‌ଲାଇନ୍ ବିଲ୍ ତିଆରି କରି ୧,୧୫,୧୪,୫୩୯ ଟଙ୍କା ହଡ଼ପ କରିଥିବା ଭିଜିଲାନ୍ସ ତତନ୍ତରୁ ଜଣାପଡିଥିଲା । ଏ ନେଇ ସମ୍ବଲପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଦୁର୍ନୀତି ନିବାରଣ ଆଇନର ଧାରା ୧୩(୨) ଓ ୧୩ (୧-ଏ)ରେ ଏକ ମାମଲା (୧୪-୧୫/୮-୯-୨୦୨୬) ରୁଜୁ କରାଯାଇ ତାଙ୍କୁ ଗିରଫ କରାଯାଇଛି । ବୁଧବାର ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଭିଜିଲାନ୍ସ ସୂତ୍ରରୁ ପ୍ରକାଶ ।

Leave a Reply

Your email address will not be published. Required fields are marked *