ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହ ଅନୁଷ୍ଠିତ

ସମ୍ବଲପୁର: ଜଣେ ଛାତ୍ରଙ୍କ ଜୀବନରେ ଡିଗ୍ରୀ ଦ୍ୱାର ଖୋଲିବ ଏବଂ ନିଷ୍ପତ୍ତି ଜୀବନ ଗଢ଼ିବ ବୋଲି ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି କହିଛନ୍ତି I ସୋମବାର ଦିନ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେଇ ରାଜ୍ୟପାଳ ଏହା କହିଛନ୍ତି। ପରିବର୍ତ୍ତନଶୀଳ ବିଶ୍ୱରେ ନିଜକୁ ପ୍ରାସଙ୍ଗିକ ରଖିବା ପାଇଁ ନିରନ୍ତର ଶିକ୍ଷା, ପରିବର୍ତ୍ତନ ସହ ଖାପ ଖୁଆଇବା ସହ ପ୍ରଯୁକ୍ତି ଓ ଉଦ୍ୟୋଗୀ ଦକ୍ଷତା ହାସଲ କରିବାକୁ ସ୍ନାତକ ଛାତ୍ରଛାତ୍ରୀଙ୍କୁ ରାଜ୍ୟପାଳ ଆହ୍ୱାନ ଜଣାଇଛନ୍ତି । ଏତତବ୍ୟତୀତ ରାଜ୍ୟପାଳ କହିଛନ୍ତି ଯେ ଆଧୁନିକ ବିଶ୍ୱରେ ସେମାନେ ହିଁ ସବୁଠୁ ଅଧିକ ସଫଳ ହେବେ, ଯେଉଁମାନେ ଶିଖିବେ, ଅପ୍ରଚଳିତ ଚିନ୍ତାଧାରାକୁ ଦୁରେଇ ଦେବେ ଓ ପୁନଃ ଶିଖିବାର କ୍ଷମତା ରଖିବେ।

Leave a Reply

Your email address will not be published. Required fields are marked *