ମୁଖ୍ୟମନ୍ତ୍ରୀଙ୍କ ହାତରେ ରାଖି ବାନ୍ଧିଲେ ବାଚସ୍ପତି, ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସୁଭଦ୍ରା ମଞ୍ଚରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚନ୍ଦନ ଲଗାଇ, ଥାଳିରେ ଦୀପ ବୁଲାଇ ରାଖି ବାନ୍ଧିଲେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ରାଖି ବାନ୍ଧିବା ପରେ ଖୁଆଇଥିଲେ ମିଠା।
ସୂଚନାନୁସାରେ, ରାକ୍ଷୀ ପୂର୍ଣ୍ଣିମା ଅବସରରେ ରାଜ୍ୟର ମହିଳା ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ କରାଯାଇଛି। ନୟାଗଡ଼ ଜିଲ୍ଲା ଲାଠିପଡ଼ା ଟାଙ୍ଗି ପଡ଼ିଆସ୍ଥିତ ସୁଭଦ୍ରା ମଞ୍ଚରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅର୍ଥରାଶି ହିତାଧିକାରୀଙ୍କ ଖାତାକୁ ହସ୍ତାନ୍ତର କରିଛନ୍ତି।
ପଞ୍ଚମ କିସ୍ତିରେ ପ୍ରତ୍ୟେକ ଯୋଗ୍ୟ ମହିଳାଙ୍କ ବ୍ୟାଙ୍କ ଖାତାକୁ ୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ଏଥିପାଇଁ ମୋଟ ୧ କୋଟି ୩ ଲକ୍ଷ ୨୬ ହଜାର ୧୬୨ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରାଯାଇଥିଲା। ସମୁଦାୟ ୫ ହଜାର ୧୬୦ କୋଟିରୁ ଅଧିକ ଟଙ୍କା ହସ୍ତାନ୍ତର ହୋଇଛି।

Leave a Reply

Your email address will not be published. Required fields are marked *