ଜୋହାନସବର୍ଗ : ଦକ୍ଷିଣ ଆଫ୍ରିକାର ପୂର୍ବତନ ବାମହାତି ଓପ୍ନର ଡିନ୍ ଏଲ୍ଗାର ପେସାଦାର କ୍ରିକେଟ୍ରୁ ଅବସର ଘୋଷଣା କରିଛନ୍ତି। ଚଳିତବର୍ଷର କାଉଣ୍ଟି ଚମ୍ପିଆନ୍ସିପ ପରେ ସେ କୌଣସି ପ୍ରକାର କ୍ରିକେଟ୍ ଖେଳିେବ ବୋଲି କହିଛନ୍ତି। ୩୯ ବର୍ଷ ବୟସ୍କ ଡିନ୍ ଏଲ୍ଗାର ୨୦୧୨ରୁ ୨୦୨୪ ପର୍ଯ୍ୟନ୍ତ କ୍ରମାଗତ ୧୨ ବର୍ଷ ଦକ୍ଷିଣ ଆଫ୍ରିକା ଟେଷ୍ଟ ଦଳର ଓପ୍ନର ଭାବେ ଖେଳିଥିଲେ। ସେ ୮୬ଟି ଟେଷ୍ଟମ୍ୟାଚରେ ୩୭.୯୨ ଆଭ୍ରେଜ୍ରେ ୫୩୪୭ ରନ୍ କରିଥିଲେ। ଏଥିରେ ୧୪ଟି ଶତକ ରହିଛି। ୨୦୧୭ରେ ବାଂଲାଦେଶ ବିପକ୍ଷରେ ୧୯୯ ରନ୍ ତାଙ୍କର ସର୍ବାଧିକ ଟେଷ୍ଟ ସ୍କୋର୍। ସେ ୧୮ଟି ଟେଷ୍ଟମ୍ୟାଚରେ ଦକ୍ଷିଣ ଆଫ୍ରିକାର ନେତୃତ୍ବ ମଧ୍ୟ ନେଇଥିଲେ। ୨୦୨୪ ଜାନୁଆରୀରେ କେପଟାଉନରେ ଭାରତ ବିପକ୍ଷରେ ଏଲ୍ଗାର ଶେଷ ଟେଷ୍ଟ ଖେଳିବା ପରେ ସେହି ବର୍ଷ ଆନ୍ତର୍ଜାତିକ କ୍ରିକେଟ୍ରୁ ଅବସର ନେଇଥିଲେ। ପରେ ସେ ଇଂଲଣ୍ଡରେ ଏସେକ୍ସ ପାଇଁ କାଉଣ୍ଟି କ୍ରିକେଟ୍ ଖେଳିଥିଲେ।
ଦକ୍ଷିଣ ଆଫ୍ରିକା ପେସାଦାର କ୍ରିକେଟ୍ର ଏଲ୍ଗାରଙ୍କ ଅବସର
