କଲ୍ୟାଣସିଂହପୁର : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଲଗାଣ ବର୍ଷାରେ ଫୁଲିଛି ନାଗାବଳୀ ନଦୀ। କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ହେଉଥିବା ଯୋଗୁଁଁ ପାଣି ସ୍ରୋତ ମଧ୍ୟରେ ଫୁଲି ଆସିଛି ନାଗାବଳୀ ନଦୀ ଭୟରେ ଲୋକେ ରହିଥିବା ଜଣାପଡ଼ିଛି। ଆଜକୁ ପ୍ରାୟ ୯ବର୍ଷ ତଳେ ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁଁ ମାଡି ଆସିଥିଲା ବନ୍ୟା ଜଳ। ଆଉ ସୁଷ୍ଟି ହୋଇ ଥିଲା ଭୟଙ୍କର ବନ୍ୟା ପରିସ୍ଥିତି। କଲ୍ୟାଣ ସିଂହପୁର ସଦର ସମେତ ମାଝିଗୁଡ଼ା ପଞ୍ଚାୟତ ଜିଲୁଣ୍ଡା, କତାଗୁଡ଼ା, କୁମ୍ଭାର ଗୁଡ଼ା, ବନ୍ୟାପାଣିରେ ଜଳମଗ୍ନ ହେବା ଯୋଗୁଁଁ ବହୁ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ସହିତ ଲକ୍ଷ ଲକ୍ଷ ଟଙ୍କାର ଜିନିଷ ପତ୍ର ନଷ୍ଟ ହେବା ସହ ଗାଈ ଗୋରୁ ଛେଳି କୁକୁଡ଼ା ବନ୍ୟାରେ ଭାସି ଯାଇ ଥିଲେ। ଘର ଭିତରକୁ ପାଣି ପଶି ଘର ଦୁଆର ମନ୍ଦିର ଭାଙ୍ଗି ଚୁର୍ ମାର ହୋଇ ଯାଇଥିଲା।
କଲ୍ୟାଣସିଂହପୁର ବ୍ଲକରେ ଲଗାଣ ବର୍ଷା : ବନ୍ୟା ଆଶଙ୍କା ଭୟରେ ଜିଲୁଣ୍ଡା ଗ୍ରାମବାସୀ
