ନୂଆଦିଲ୍ଲୀ : ଚୀନ ଗସ୍ତରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ ) ଅଜିତ ଡୋଭାଲ। ସେ ସୋମବାର ଚୀନ୍ ରାଜଧାନୀ ବେଜିଂରେ ପହଞ୍ଚିଛନ୍ତି। ଭାରତ ଏବଂ ଚୀନ୍ ମଧ୍ୟରେ ଦୀର୍ଘ ଦିନ ଧରି ଲାଗି ରହିଥିବା ସୀମା ବିବାଦର ସମାଧାନ ଏବଂ ତିକ୍ତ ସମ୍ପର୍କରେ ଉନ୍ନତି ଆଣିବା ପାଇଁ ଏକ ପ୍ରମୁଖ ବୈଠକ ଚାଲିଛି। ସେ ମଙ୍ଗଳବାର (୨୫ ଅଗଷ୍ଟ) ଦିନ ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ସହ ସାକ୍ଷାତ କରିବେ। ସୀମା ପ୍ରସଙ୍ଗରେ ଦୁଇ ନେତା ୨୫ତମ ପର୍ଯ୍ୟାୟର ସ୍ୱତନ୍ତ୍ର ଆଲୋଚନା କରିବେ।
ଏହି ଦୁଇ ଦିନିଆ ଚୀନ୍ ଗସ୍ତ ସମୟରେ ଅଜିତ ଡୋଭାଲ କେବଳ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ସହ ନୁହେଁ ବରଂ ଚୀନ୍ ଉପରାଷ୍ଟ୍ରପତି ହାନ୍ ଝେଙ୍ଗଙ୍କ ସହ ମଧ୍ୟ ସାକ୍ଷାତ କରିବେ। ବିଶ୍ୱାସ କରାଯାଉଛି ଯେ ଏହି ବୈଠକ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ହ୍ରାସ କରିବାରେ ସାହାଯ୍ୟ କରିବ।
