ଆକ୍ରମଣରେ ଶିକାର ହେଲେ ସିଜେପି କର୍ମୀ

ଜୟପୁର:ଆକ୍ରମଣରେ ଶିକାର ହେଲେ ସିଜେପି କର୍ମୀ।ଏଭଳି ଅଭାବନୀୟ ଘଟଣା ଘଟିଛି,ରାଜସ୍ଥାନର ଜୟପୁର ଅଞ୍ଚଳର ରାମପୁରା କନୱରପୁରାରେ।ଏକ ସରକାରୀ ସ୍କୁଲ ପରିଦର୍ଶନ ସମୟରେ ସିଜେପି କର୍ମୀଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ ଅଭିଯୋଗ ହୋଇଛି। କର୍ମୀମାନଙ୍କୁ ଠେଲାପେଲା କରିବା ସହ ଗୋଡ଼ାଇ ଗୋଡ଼ାଇ ମାଡ଼ ମରାଯାଇଥିବା ଏବଂ ସେମାନଙ୍କ ଗାଡ଼ି ଭଙ୍ଗାରୁଜା କରାଯାଇଥିବା ନେଇ ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ‘ସ୍କୁଲ ଠିକ୍ କରୋ’ ଅଭିଯାନ ଅଧୀନରେ CJPର ଏକ ଦଳ ରାମପୁରା କନୱରପୁରାସ୍ଥିତ ସରକାରୀ ସ୍କୁଲର ଭିତ୍ତିଭୂମି ଯାଞ୍ଚ କରିବାକୁ ଯାଇଥିଲେ। ସ୍କୁଲର ମୁଖ୍ୟ କୋଠା ବିପଦପୂର୍ଣ୍ଣ ଥିବା ଏବଂ ଦୀର୍ଘଦିନ ଧରି ପିଲାମାନେ ବିକଳ୍ପ ସ୍ଥାନରେ ପାଠ ପଢ଼ୁଥିବା ଦଳ ପକ୍ଷରୁ ଦାବି କରାଯାଇଥିଲା। ତେବେ ସିଜେପି କର୍ମୀମାନେ ସ୍କୁଲରେ ପହଞ୍ଚିବା ପରେ ସ୍ଥାନୀୟ ଲୋକଙ୍କ ସହ ବିବାଦ ଆରମ୍ଭ ହୋଇଥିଲା। ଗ୍ରାମବାସୀ ସେମାନଙ୍କୁ ସ୍କୁଲ ପରିସରରୁ ବାହାରି ଯିବାକୁ କହିବା ସହ ଠେଲାପେଲା କରିଥିବା ଅଭିଯୋଗ ହୋଇଛି। ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡିଥିଲା। ଆକ୍ରମଣକାରୀମାନେ ପଥର ମାଡ଼ କରିବା ସହ ସିଜେପି କର୍ମୀଙ୍କୁ ଗୋଡ଼ାଇଥିବା ଏବଂ ସେମାନଙ୍କ ଗାଡ଼ି ଭଙ୍ଗାରୁଜା କରିଥିବା ଦଳ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *