ବର୍ଷା ଆସିଲା, ହେଲେ ଭାରତର ବିଜୟକୁ ଅଟକାଇ ପାରିଲାନି। ଶ୍ରୀଲଙ୍କା

ଗଲ୍‌:ବର୍ଷା ଆସିଲା, ହେଲେ ଭାରତର ବିଜୟକୁ ଅଟକାଇ ପାରିଲାନି। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତ ୧୬୫ ରନ୍‌ର ବିଶାଳ ବିଜୟ ହାସଲ କରିଛି। ୩୭୨ ରନ୍‌ର ବିଜୟ ଲକ୍ଷ୍ୟ ପାଇଥିବା ଘରୋଇ ଦଳ ଦ୍ୱିତୀୟ ଇନିଂସରେ ୨୦୬ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ଏହି ବିଜୟ ସହ ଦୁଇ ଟେଷ୍ଟ ବିଶିଷ୍ଟ ସିରିଜ୍‌ରେ ଭାରତ ୧-୦ରେ ଆଗୁଆ ହୋଇଛି। ଭାରତର ବିଜୟର ମୁଖ୍ୟ ନାୟକ ପାଲଟିଛନ୍ତି ବାମହାତୀ ସ୍ପିନର ମାନବ ସୂତାର। ପ୍ରଥମ ଇନିଂସରେ ୪ ୱିକେଟ୍‌ ନେଇଥିବା ସୂତାର ଦ୍ୱିତୀୟ ଇନିଂସରେ ୬ ୱିକେଟ୍‌ ଦଖଲ କରିଛନ୍ତି। ଫଳରେ ମ୍ୟାଚ୍‌ରେ ତାଙ୍କ ମୋଟ ୱିକେଟ୍‌ ସଂଖ୍ୟା ୧୦ରେ ପହଞ୍ଚିଛି।

Leave a Reply

Your email address will not be published. Required fields are marked *