ତାଳଚେର-ପୁରୀ ଏକ୍ସପ୍ରେସ ଲାଇନଚ୍ୟୁତ

ପୁରୀ:ପୁରୀ ରେଲୱେ ଷ୍ଟେସନ ନିକଟରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଅଳ୍ପକେ ବଡ଼ ଦୁର୍ଘଟଣାରୁ ତାଳଚେର-ପୁରୀ ଏକ୍ସପ୍ରେସ ବର୍ତ୍ତିଯାଇଛି। ଷ୍ଟେସନଠାରୁ ପ୍ରାୟ ୫୦୦ ମିଟର ଦୂରରେ ଟ୍ରେନ୍‌ର ଇଞ୍ଜିନ ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ତାଳଚେରରୁ ପୁରୀ ଅଭିମୁଖେ ଆସୁଥିବା ବେଳେ ଷ୍ଟେସନ ନିକଟରେ ହଠାତ୍‌ ଟ୍ରେନ୍‌ର ଇଞ୍ଜିନ ଟ୍ରାକ୍‌ରୁ ଖସିଯାଇଥିଲା। ଏହାପରେ ଟ୍ରେନ୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳିଯାଇଥିଲା। ତେବେ ଅଘଟଣରେ କୌଣସି ଯାତ୍ରୀଙ୍କ କ୍ଷୟକ୍ଷତି ହୋଇନଥିବା ପ୍ରାଥମିକ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *