ବୋଗୋଟା: ଦକ୍ଷିଣ ଆମେରିକୀୟ ଦେଶ କଲମ୍ବିଆରେ ସୋମବାର ରାତିରେ ହୋଇଥିବା ୭.୪ ତୀବ୍ରତାର ଭୂକମ୍ପ ଜନିତ ମୃତ୍ୟୁ ସଂଖ୍ୟା ୨୫୦ ଛୁଇଁଛି। ଏବେ ବି ୩ ହଜାରରୁ ଅଧିକ ଲୋକ ନିଖୋଜ ଅଛନ୍ତି। ଭୂକମ୍ପର ୪୮ ଘଣ୍ଟା ପରେ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଭଗ୍ନାବଶେଷ ତଳୁ ନବଜାତକକୁ ଜୀବିତ ଉଦ୍ଧାର କରାଯାଇଛି। ଭୂକମ୍ପରେ ଭୁଶୁଡ଼ି ପଡ଼ିଥିବା ଏକ ପାଞ୍ଚ ମହଲା କୋଠାର ଭଗ୍ନାବଶେଷ ତଳେ ଶିଶୁ ଫସି ରହିଥିଲା। ଜଣେ ବ୍ୟକ୍ତି ଶିଶୁକୁ ଧରି ରଖିଥିଲେ। ସୂଚନା ଅନୁଯାୟୀ, ତୃତୀୟ ଦିନ ଉଦ୍ଧାରକାର୍ଯ୍ୟ ଜାରି ରହିଥିବାବେଳେ ଉଦ୍ଧାରକାରୀ ଦଳ ଜଣେ ବ୍ୟକ୍ତିଙ୍କ ସ୍ବର ଶୁଣିବାକୁ ପାଇଥିଲେ। ସେ ଶିଶୁ ସହ ଏକ ବଡ଼ କଙ୍କ୍ରିଟ ସ୍ଳାବ ତଳେ ଫସି ରହିଥିବା କହିଥିଲେ। ସେପଟେ ଭାରତ ସରକାର କଲମ୍ବିଆକୁ ସହାୟତାର ହାତ ବଢାଇଛନ୍ତି। ସମସ୍ତ ପ୍ରକାରର ସହାୟତା ପାଇଁ ପ୍ରସ୍ତୁତ ବୋଲି ବୈଦେଶିକ ମନ୍ତ୍ରୀ ଜୟଶଙ୍କର କହିଛନ୍ତି।
ଭୂକମ୍ପରେ ଥରଲା କଲମ୍ବିଆ
