କଣାସ : କାହା ସ୍ୱାର୍ଥରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର???? ପ୍ରଶାସନ /ନିରବ କାହିଁକି???? ଲୋକଙ୍କ ପ୍ରଶ୍ନର ଉତ୍ତର କିଏ ଦେବ????ବଡାଲରେ ନିର୍ମାଣ ହୋଇଥିବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ନୂତନ ଗୃହ ନିର୍ମାଣ ସରିଛି। ହେଲେ ଆଜି ପର୍ଯ୍ୟନ୍ତ ଗେଟ୍ରେ ତାଲା ଝୁଲୁଛି!
ଯେଉଁ ଘର ଲୋକଙ୍କ ସ୍ୱାସ୍ଥ୍ୟସେବା ପାଇଁ ନିର୍ମାଣ ହୋଇଛି, ସେହି ଘର ବନ୍ଦ ରହିଛି ଏବଂ ଆରୋଗ୍ୟ ମନ୍ଦିର ଭଡ଼ା ଘରେ ଚାଲୁଛି।
ଜନତାଙ୍କ ଟଙ୍କାରେ ତିଆରି ହୋଇଥିବା ସରକାରୀ ଗୃହ ଯଦି ତାଲା ପଡ଼ି ରହିବ, ତେବେ ଏହାର ଦାୟିତ୍ୱ କାହାର?
ଏହା କାହାର ବ୍ୟକ୍ତିଗତ ସମ୍ପତ୍ତି ନୁହେଁ—ଏହା ଜନସାଧାରଣଙ୍କ ସମ୍ପତ୍ତି।
ପ୍ରଶାସନ ତୁରନ୍ତ ତଦନ୍ତ କରି ନୂତନ ଗୃହକୁ କାହିଁକି ବ୍ୟବହାର କରାଯାଉନାହିଁ ଏବଂ ଭଡ଼ା ଘରେ କାହିଁକି ଆରୋଗ୍ୟ ମନ୍ଦିର ଚାଲୁଛି—ତାହାର ସ୍ପଷ୍ଟ ଉତ୍ତର ଦିଅନ୍ତୁ।
ଜନତା ଦେଖୁଛନ୍ତି…
ଜନତା ପଚାରୁଛନ୍ତି…
ଏବେ ପ୍ରଶାସନ ଉତ୍ତର ଦେବାର ସମୟ।
