ଭୁବନେଶ୍ୱର : ଶ୍ରାବଣରେ ପବିତ୍ର ସୋମବାରରେ ୯ ଘଣ୍ଟା ଉପବାସ ରହିଲେ ପ୍ରଭୁ ଲିଙ୍ଗରାଜ। ଦୀର୍ଘ ୯ ଘଣ୍ଟା ପରେ ଲିଙ୍ଗରାଜ ମନ୍ଦିରରେ ସ୍ବାଭବିକ ହେଲା ନୀତିକାନ୍ତି। ପୂଜାପଣ୍ଡା ସେବାୟତଙ୍କ ସହ ଆଲୋଚନା ପରେ ନୀତିକାନ୍ତି ସ୍ବାଭବିକ ହେବା ନେଇ ଭୁବନେଶ୍ବର ଏଡିଏମ ସୂଚନା ଦେଇଛନ୍ତି। ସେ କହିଛନ୍ତି ପୂଜାପଣ୍ଡା ସେବାୟତଙ୍କ ବିଭିନ୍ନ ଅଭିଯୋଗ ଶୁଣିଲୁ’ -‘ପରବର୍ତ୍ତୀ ଟ୍ରଷ୍ଟ ବୋର୍ଡ ବୈଠକରେ ସେମାନଙ୍କ ବାବଦରେ ନିଷ୍ପତ୍ତି ନିଆଯିବ। ୯ଘଣ୍ଟା ପରେ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ସ୍ବାଭାବିକ ହେଲା। ମନ୍ଦିର ପ୍ରଶାସନ ଓ ସ୍ଥାନୀୟ ବିଧାୟକ ପୂଜାପଣ୍ଡା ସେବାୟତଙ୍କୁ ମନାଇବା ପରେ ମଧ୍ୟାହ୍ନ ୧୨ଟାରେ ମଙ୍ଗଳ ଆଳତି ଓ ଅବକାଶ ନୀତି କରାଯାଇ ଥିଲା।
ଶ୍ରାବଣ ପବିତ୍ର ସୋମବାରରେ ୯ ଘଣ୍ଟା ଉପବାସ ରହିଲେ ପ୍ରଭୁ ଲିଙ୍ଗରାଜ
