ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବାଇକ୍‌ ଅରୋହୀ ମୃତ

ବ୍ରଜରାଜନଗର: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବାଇକ୍‌ ଅରୋହୀ ମୃତ୍ୟୁ ବାରାଁ କରିଛନ୍ତି । ସୂଚନା ଅନୁଯାୟୀ, ପ୍ରଦୀପ ଆଜି ଅନ୍ୟ ଜଣଙ୍କ ବାଇକ୍ (OR-15-A-6917)ରେ ସମ୍ବଲପୁରରୁ ବ୍ରଜରାଜନଗର ଫେରୁଥିବା ବେଳେ ପୂର୍ବାହ୍ନ ପ୍ରାୟ ୧୧ଟା ୪୫ରେ ବରଘାଟ ଛକ ନିକଟରେ କୌଣସି ଏକ ଅଜଣା ଯାନ ତାଙ୍କୁ ଜୋରରେ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲା। ଦୁର୍ଘଟଣା କରି ଫେରାର ହୋଇଯାଇଥିବା ଯାନକୁ ଚିହ୍ନଟ କରିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *