ପୁରୀ ପୁରୀର ରାଣୀସତୀ ଭବନଠାରେ “ପୁରୀବାସୀଙ୍କ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଞ୍ଚ” ପକ୍ଷରୁ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ହରିଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପୁରୀବାସୀଙ୍କ ଦୀର୍ଘଦିନର ନ୍ୟାୟସଙ୍ଗତ ଦାବିକୁ ନେଇ ଆନ୍ଦୋଳନକୁ ଆହୁରି ବ୍ୟାପକ କରିବାକୁ ନିଷ୍ପତ୍ତି ହୋଇଛି। ଆଗାମୀ ୨-୩ ଦିନ ମଧ୍ୟରେ ଏକ ମିଳିତ ସମନ୍ୱୟ କମିଟି ଗଠନ କରାଯାଇ ଜିଲ୍ଲାପାଳ, ଶ୍ରୀମନ୍ଦିର ପ୍ରଶାସକ ଓ ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ କରାଯାଇ ଚରମପତ୍ର ଦିଆଯିବ। ଯଦି ଏହି ସମୟସୀମା ମଧ୍ୟରେ କୌଣସି ସ୍ଥାୟୀ ଓ ସ୍ପଷ୍ଟ ନିଷ୍ପତ୍ତି ନ ନିଆଯାଏ, ତେବେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ଆହୋରାତ୍ର ଗଣଧାରଣା ଏବଂ ପୁରୀ ବନ୍ଦ ଭଳି କାର୍ଯ୍ୟକ୍ରମ କରାଯିବ ବୋଲି ଚେତାବନୀ ଦିଆଯାଇଛି।
ଶ୍ରୀ ଜୀଉଙ୍କ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବିରେ ଏକାଠି ହେଲେ ପୁରୀବାସୀ
