ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ରାହୁଲ, ପ୍ରିୟଙ୍କାଙ୍କୁ ଭେଟିଲେ ମାଲେସିଆ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ରବିବାର ସକାଳେ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି। ଏହି ସମୟରେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଉପସ୍ଥିତ ଥିଲେ। ସମସ୍ତେ ଏକାଠି ଜଳଖିଆ ମଧ୍ୟ କରିଥିଲେ। ଦୁଇ ନେତାଙ୍କୁ ପରସ୍ପର ସହ ହାତ ମିଳାଇବା ଓ ହସୁଥିବା ଦେଖାଯାଉଛି। ତେବେ ଏହି ବୈଠକ କେଉଁଠି ହୋଇଥିଲା ତାହା ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ। କଂଗ୍ରେସ ଓ ପ୍ରଧାନମନ୍ତ୍ରୀ ଇବ୍ରାହିମ ଉଭୟେ ଏହି ଫଟୋ ନିଜ ସାମାଜିକ ଗଣମାଧ୍ୟମରେ ଛାଡ଼ିଛନ୍ତି। ଇବ୍ରାହିମ ଲେଖିଛନ୍ତି ଯେ ସକାଳେ ଜଳଖିଆ ପାଇଁ ମୋର ଭଲ ବନ୍ଧୁ ରାହୁଲଙ୍କୁ ପୁଣି ଥରେ ଭେଟିବାର ସୁଯୋଗ ମିଳିଲା। ଆମେ ସାମ୍ପ୍ରତିକ ଅନ୍ତର୍ଜାତୀୟ ଏବଂ ଆଞ୍ଚଳିକ ଘଟଣା ଉପରେ ଆଲୋଚନା କରିଥିଲୁ। ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ଇବ୍ରାହିମ ଗତ ୮ ବର୍ଷରେ ତିନି ଥର ଭାରତ ଗସ୍ତରେ ଆସିଛନ୍ତି। ସେ ପ୍ରତି ଥର ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦ୍ବିପାକ୍ଷିକ ବୈଠକ କରିବାର ଦିନକ ପରେ ଇବ୍ରାହିମ ରାହୁଲଙ୍କୁ ଭେଟିଛନ୍ତି।

Leave a Reply

Your email address will not be published. Required fields are marked *