ଛତିଶଗଡ଼ରେ ବର୍ଷା ଯୋଗୁଁ ହୀରାକୁଦ ଖୋଲିଲା ୪ ଫାଟକ

ହୀରାକୁଦ: ଛତିଶଗଡ଼ରେ ବର୍ଷା ଯୋଗୁଁ ରବିବାର ହୀରାକୁଦ ଡ୍ୟାମର ୪ଟି ଫାଟକ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ଆଜି ସକାଳ ୭ଟାରେ ସତର୍କ ସାଇରନ୍‌ ବାଜିବା ପରେ ୯ଟାରେ ବାମପଟର ୩ ଓ ଡାହାଣପଟର ଗୋଟିଏ ଫାଟକ ଖୋଲାଯାଇଥିଲା। ସେ ସମୟରେ ଜଳଭଣ୍ଡାରର ଜଳସ୍ତର ୬୧୧.୫୦ଫୁଟ୍‌ ରହିଥିବା ବେଳେ ଉପରମୁଣ୍ଡରୁ ୧ ଲକ୍ଷ ୫୭ ହଜାର ୪୪୨ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିଲା। ସନ୍ଧ୍ୟା ସାଢ଼େ ୬ଟାରେ ଜଳସ୍ତର ୬୧୨.୨୯ଫୁଟ୍‌ ରହିଥିବା ବେଳେ ଜଳଭଣ୍ଡାରକୁ ୧ଲକ୍ଷ ୬୨ ହଜାର ୧୭୨ କ୍ୟୁସେକ ଜଳ ପ୍ରବେଶ କରୁଥିଲା ଏବଂ ବିଭିନ୍ନ ମାଧ୍ୟମରେ ୯୩,୩୬୦ କ୍ୟୁସେକ ଜଳ ନିଷ୍କାସିତ ହେଉଥିଲା। କଟକର ମୁଣ୍ଡଳିରେ ୨ଲକ୍ଷ ୪୪ ହଜାର ୩୦୦ କ୍ୟୁସେକ ଜଳ ପ୍ରବାହିତ ହେଉଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *