ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଶଙ୍କୁଲେଇ ପଞ୍ଚାୟତର ନୂଆପଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ ଉପଲକ୍ଷେ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ପୂର୍ବତନ ପ୍ରଧାନଶିକ୍ଷକ ବିରଞ୍ଚି ପ୍ରସାଦ ଦେହୁରୀ ଯୋଗଦାନ କରଥିଲେ। ବିଦ୍ୟାଳୟ ପକ୍ଷରୁ ପ୍ରଧାନ ଶିକ୍ଷକ ଶ୍ରୀକାନ୍ତ ସେଠୀ ଏବଂ ସମସ୍ତ ସହକାରୀ ଶିକ୍ଷକ ଛାତ୍ରଛାତ୍ରୀ ମୁଖ୍ୟ ଅତିଥିଙ୍କୁ ପୁଷ୍ପଗୁଚ୍ଛ ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧନା କରିଥିଲେ। ବିଦ୍ୟାଳୟ ରୂପକ ମଣିଷ ତିଆରି କାରଖାନାରେ ବିବେକ ଯୁକ୍ତ ଭଲ ମଣିଷ ତିଆରି କରିବାରେ ଗୁରୁମାନଙ୍କ ମହାନତା ଗୁରୁ ଦିବସର ଅନନ୍ୟ ପରମ୍ପରାକୁ ବଜାୟ ରଖିପାରିବ ବୋଲି ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଦେହୁରୀ ମତପ୍ରକାଶ କରିଥିଲେ।
ଗୁରୁ ଦିବସ ପାଳିତ
