ଭିଜିଲାନ୍ସ ଜାଲରେ ରାଜସ୍ୱ ନିରୀକ୍ଷକ

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଫସିଲେ ଗୁଣପୁର ତହସିଲ ଅନ୍ତର୍ଗତ ସିରିଝୋଲି ସର୍କିଲର ରାଜସ୍ୱ ନିରୀକ୍ଷକ ସୁଶାନ୍ତ ମଲ୍ଲିକ। ଜଣେ ହିତାଧିକାରୀଙ୍କ ଠାରୁ ଜମି ପଟା ପାଇଁ ୨୫ ହଜାର ଟଙ୍କା ଲାଞ୍ଜ ନେବା ବେଳେ ଭିଜିଲାନ୍ସ ହାତରେ ସେ ଧରାପଡ଼ିଛନ୍ତି। ଏହି ଚଢାଉରେ ରାୟଗଡ଼ା, ଭବାନୀପାଟଣା ଓ ଜୟପୁର ଭିଜିଲାନ୍ସ ଟିମ୍ ସାମିଲ ଥିଲେ। ପୁରୁଣା ତହସିଲ ଅଫିସ କାର୍ଯ୍ୟାଳୟରେ ଚଢାଉ କରି ଭିଜିଲାନ୍ସ ବିଭାଗ ଟଙ୍କା ଜବତ କରିଛି। ତାଙ୍କର ଶ୍ରୀନଗର ସ୍ଥିତ ଭଡା ଘରେ ଓ ସିରିଝୋଲିର ଅଫିସରେ ମଧ୍ୟ ଚଢାଉ କରାଯାଇଛି। ଏହି ଚଢାଉରେ ୨ ଜଣ ଡିଏସପି, ୩ ଇନ୍ସପେକ୍ଟର, ଏଏସଆଇ ୩ ଜଣଙ୍କ ସମେତ ଏକ ୧୫ ଜଣିଆ ଟିମ୍ ସାମିଲ ଥିଲେ।

Leave a Reply

Your email address will not be published. Required fields are marked *