ଅଯୋଧ୍ୟା ରାମ ମନ୍ଦିର ସିଇଓ ପଦ ନିମନ୍ତେ ଦରଖାସ୍ତ ଆହ୍ବାନ

ଲକ୍ଷ୍ନୌ: ଅଯୋଧ୍ୟା ରାମ ମନ୍ଦିରରେ ଦାନ ଅର୍ଥ ଆତ୍ମସାତ୍‌ ପ୍ରସଙ୍ଗ ଚର୍ଚ୍ଚାରେ ଥିବା ବେଳେ ମନ୍ଦିରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ପଦ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏ ନେଇ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ତରଫରୁ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଦରଖାସ୍ତ ଆହ୍ବାନ କରାଯାଇଛି। ଦରଖାସ୍ତ ଗ୍ରହଣ କରିବାର ଶେଷ ତାରିଖ ଜୁଲାଇ ୧୮ ଅପରାହ୍ଣ ୪ଟା। ସୂଚନା ଅନୁଯାୟୀ, ଆବେଦନକାରୀଙ୍କ ବୟସ ୫୦ରୁ ୭୦ ବର୍ଷ ମଧ୍ୟରେ ହୋଇଥିବ। ତାଙ୍କର ୨୦ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗ ପରିଚାଳନାରେ ଅଭିଜ୍ଞତା ଥିବ। ସେ ଅତି କମ୍‌ରେ ସ୍ନାତକ ଡିଗ୍ରୀ ହାସଲ କରିଥି​‌େ​‌ବ। ପ୍ରାର୍ଥୀ ହିନ୍ଦୁଧର୍ମାବଲମ୍ବୀ ହୋଇଥିବେ। ମନୋନୀତ ପ୍ରାର୍ଥୀ ୩ବର୍ଷ ପାଇଁ ନିଯୁକ୍ତି ପାଇବେ। ଏହି ୩ ବର୍ଷ ସେ ଅଯୋଧ୍ୟାରେ ରହିବାକୁ ବାଧ୍ୟ।ସିଇଓ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ନିକଟରେ ଉତ୍ତରଦାୟୀ ରହିବେ। ସଂଗଠନର ଆଇନଗତ, ପ୍ରଶାସନିକ ଏବଂ ଆର୍ଥିକ କାର୍ଯ୍ୟ ତଦାରଖ କରିବା ତାଙ୍କ ଦାୟିତ୍ବ ରହିବ। ଏହା ବ୍ୟତୀତ ଟ୍ରଷ୍ଟର ଆବଶ୍ୟକତା ଅନୁଯାୟୀ ଉପଯୋଗୀ ନିୟମ, ପ୍ରକ୍ରିୟା ଏବଂ ବ୍ୟବସ୍ଥା ପ୍ରସ୍ତୁତ କରିବା ପାଇଁ ସିଇଓଙ୍କୁ ଦାୟିତ୍ୱ ଦିଆଯିବ।

Leave a Reply

Your email address will not be published. Required fields are marked *