ଭୁବନେଶ୍ୱର: କଟକ ରାଜନୀତିରେ ବଡ଼ଧରଣର ହଲଚଲ। ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବିଜେଡିରୁ ବିତାଡ଼ିତ ହୋଇଥିବା ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ ରବିବାର ଭାଜପାରେ ସାମିଲ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ଭାଜପାରେ ସାମିଲ ହୋଇଛନ୍ତି। ସମର୍ଥକମାନଙ୍କ ସହ ଏକ ବଡ଼ ଶୋଭାଯାତ୍ରାରେ ଆସି ରାଜ୍ୟ ଭାଜପା କାର୍ଯ୍ୟାଳୟରେ ପହଞ୍ଚିଥିଲେ ପ୍ରଭାତ। ପରେ ବିଧିବଦ୍ଧ ଭାବେ ସେ ଭାଜପାରେ ମିଶିଥିଲେ।
ପଦ୍ମ ଧରିଲେ ପ୍ରଭାତ
