ଭୁବନେଶ୍ୱର : ଓଡିଶା ଗସ୍ତରେ ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ। ଓୟୁଏଟି ପରିସରରେ ଆୟୋଜିତ ଡିପ୍ ସି’ ଫିସିଂ ମିଶନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଓୟୁଏଟିର କୃଷି ଶିକ୍ଷା ସଦନରେ ସମୁଦ୍ରରେ ମତ୍ସ୍ୟଚାଷର ସ୍ଥାୟୀ ଉପଯୋଗ ପାଇଁ ପ୍ରାଧିକରଣ ପତ୍ରର ଜାତୀୟ ଉନ୍ମୋଚନ ଅବସରରେ ଯୋଗ ଦେଇ ଗଭୀର ସମୁଦ୍ରରେ ମତ୍ସ୍ୟଚାଷ ପାଇଁ ମସ୍ୟଜୀବୀଙ୍କୁ ଅନୁମତି ପତ୍ର ବାଣ୍ଟିଛନ୍ତି। ଏହାପରେ ସେ ଜଟଣୀରେ ଥିବା ଜାତୀୟ ବିଜ୍ଞାନ ଶିକ୍ଷା ଓ ଅନୁସନ୍ଧାନ ସଂସ୍ଥାନ – ଏନଆଇଏସଇଆରର ୧୫ ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀକ୍ଷାନ୍ତ ଭାବରେ ଅଭିଭାଷଣ ଦେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।
ଭୁବନେଶ୍ବରରେ ଉପରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ
