ସାରା ରାଜ୍ୟରେ ଲାଗି ରହିଛି ଲଗାଣ ବର୍ଷା: ଛୋଟ ବନ୍ୟା ଆଶଙ୍କା

ଭୁବନେଶ୍ୱର : ଗତ କିଛି ଦିନ ଧରି ସାରା ରାଜ୍ୟରେ ଲାଗି ରହିଛି ଲଗାଣ ବର୍ଷା। ଅନେକ ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ରେକର୍ଡ କରାଯାଇଛି। ବୈତରଣୀ ଉପରମୁଣ୍ଡରେ ଅଧିକ ବର୍ଷା ହୋଇଛି ବୋଲି ପାଣିପାଗ ବିଭାଗର ସୂଚନା ମିଳିଛି। ଏହାର ପ୍ରଭାବରେ ତଳିଆ ଅଞ୍ଚଳରେ ଛୋଟ ବନ୍ୟା ଆଶଙ୍କା ଥିବା ନେଇ ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି। ଅପରାହ୍ଣ ୪ଟା ପରେ ବିପଦ ସଙ୍କେତ ଅତିକ୍ରମ କରିବ ବୈତରଣୀ। ଏହାପରେ ଆସନ୍ତା ୨୪ ଘଣ୍ଟାରେ ଯାଜପୁର, ଆଖୁଆପଦା ଓ ଭଦ୍ରକରେ ବନ୍ୟା ଆଶଙ୍କା ଥିବା ଯନ୍ତ୍ରୀ ସୂଚନା ଦେଇଛନ୍ତି।
ବୈତରଣୀରେ ଜଳସ୍ତର ବଢୁଥିବାରୁ ଛୋଟ ବନ୍ୟା ଆଶଙ୍କା କରାଯାଉଥିବା ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି। ଯାଜପୁରର ତଳିଆ ଅଞ୍ଚଳ ପ୍ରଭାବିତ ହେବାକୁ ଥିବା ସହ ଆଖୁଆପଦାରେ ୧୮.୦୬ ମିରୁ ଅଧିକ ବନ୍ୟା ଜଳ ପ୍ରବାହିତ ହେଉଛି। ବିଭିନ୍ନ ତଳିଆ ଅଞ୍ଚଳବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଏସଆରସି। ଏଥିପାଇଁ ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଜିଲ୍ଲାପାଳ ଅମ୍ବର କୁମାର ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି, ମହାନଦୀର ଉପର ମୁଣ୍ଡରେ ନୁହେଁ, ଓଡିଶାରେ ବେଶି ବର୍ଷା ହୋଇଛି। ଖଇରମାଳରୁ ବରଗଡ଼ ଭିତରେ ବେଶି ବର୍ଷା ହୋଇଛି। ଏବେ ସୁଦ୍ଧା ବଡ ଧରଣର ବନ୍ୟା ହେବାର ସମ୍ଭାବନା ନାହିଁ। ଅଧିକାଂଶ ରିଜର୍ଭର ଖାଲି ଅଛି, ସମସ୍ୟା ନାହିଁ। ହୀରାକୁଦ ଡ୍ୟାମର ଗେଟ୍ ଖୋଲା ଯିବା ନେଇ ନିଷ୍ପତ୍ତି ହୋଇନାହିଁ।

Leave a Reply

Your email address will not be published. Required fields are marked *